Vegetarian

ନବରତ୍ନ କୋରମା

ଉପକରଣ- ପନିର-୧୦୦ଗ୍ରାମ୍, ବିଲାତି ବାଇଗଣ- ୧୫୦ ଗ୍ରାମ୍, ଅଦାରସ୫୦ ଗ୍ରାମ, ଛୋଟ କାକୁ ଖଣ୍ଡ-୧ ଚାମୁଚ, ଚୋପାଛଡ଼ା ବାଦାମ-୮ଟି, ଫୁଲକୋବି୧୫୦ ଗ୍ରାମ, ଆଳୁ- ୧୫୦ ଗ୍ରାମ୍, ଗାଜର-୫୦ଗ୍ରାମ୍, ବିନ୍-୫୦ଗ୍ରାମ୍, ମଟର ଛୁଇଁ ମଞ୍ଜି-୨ ଚାମୁଚ, ଦୁଧ-୩ ଚାମୁଚ, ଦହି-ଅଧ କପା, ହଳଦିଗୁଣ୍ଡ-ଅଧ ଚାମୁଚ, ଜିରାଗୁଣ୍ଡ-୧ ଚାମୁଚ, ଲଙ୍କାଗୁଣ୍ଡ-ଅଧ ଚାମୁଚ, ଗରମ ମସଲା ଗୁଣ୍ଡ-ଅଧ ଚାମୁଚ, ଅଦା୫ ଗ୍ରାମ, ରସୁଣ-୫ କୋଲା, କଞ୍ଚାଲଙ୍କା-୨ଟି, ଘିଅ-୫ ଚାମୁଚ, କେଶର-ଟିପେ, ଧନିଆପତ୍ର ଅଚ୍ଛ ଓ ଆବଶ୍ୟକ ମୁତାବକ ଲୁଣ ନେବେ ।

ପ୍ରସ୍ତୁତି- ଗୋଟିଏ ଚାମୁଚ୍ ଗରମ ଦୁଧରେ କେଶର ଗୋଳାଇ ରଖନ୍ତୁ । ଅଦା, ରସୁଣ, ଧନିଆପତ୍ର ଓ କଞ୍ଚାଲଙ୍କାକୁ କାଟି ରଖନ୍ତୁ । ଗରମ ଘିଅରେ ପନିରକୁ ବାଦାମୀ ରଙ୍ଗ ହେଲା ଭଳି ଛାଣି ରଖନ୍ତୁ । ଗରମ ଘିଅରେ ବଟା ମସଲାକୁ ପକାଇ ଭାଜନ୍ତୁ । ମଝିରେ ମଝିରେ ଅଳ୍ପ ଅଳ୍ପ ଦୁଧ ପକାଇ ବାଦାମୀ ରଙ୍ଗ ହେଲା ପର୍ଯ୍ୟନ୍ତ ଭାଜନ୍ତୁ । ସବୁ ପରିବାକୁ କାଟି ଧୋଇ ଛାଣି ରଖନ୍ତୁ । ବର୍ତ୍ତମାନ ମସଲାରେ ସବୁ କଟା ପରିବା, ଲୁଣ, ହଳଦି, ଜିରାଗୁଣ୍ଡ, ଲଙ୍କାଗୁଣ୍ଡ ଓ ଗରମ ମସଲା ଗୁଣ୍ଡ ପକେଇ ଭଲକରି ଖଡ଼କି, ଅଳ୍ପ ପାଣିଦେଇ ସିଝେଇ ଦିଅନ୍ତୁ । ପରିବା ସିଝିଗଲେ ସେଥିରେ ବିଲାତିକୁ କାଟି ପକେଇ ଦେବେ । ଏହାକୁ ପୁଣି ଖଡ଼କି ସେଥିରେ ଦହି ଓ ପାଣି ଦେଇ ପୁଣି ଘୋଡ଼େଇ ଦିଅନ୍ତୁ । କମ ଆଞ୍ଚରେ ସେଥିରେ ପନିର, ଅଦାରସ, କାଜୁ ଓ ବାଦାମ ପକାଇ ୫ ମିନିଟ ଫୁଟାନ୍ତୁ । ମଝିରେ ମଝିରେ ଏହାକୁ ଖଡ଼କି ଦିଅନ୍ତୁ । ଏହା ପ୍ରସ୍ତୁତ ହୋଇଗଲା ବେଳକୁ କେଶର ମିଶା ଗରମ ଦୁଧ ପକେଇ ଦିଅନ୍ତୁ । ଏଥର ନବରତ୍ନ, କୋରମା ପ୍ରସ୍ତୁତ

Leave a Reply

error: Content is protected !!