Vegetarian

ନଡ଼ିଆ ଦିଆ ମୁଗ ଡ଼ାଲି

ଉପକରଣ – ୨ କପ-ଭଜା ମୁଗଡ଼ାଲି, ୧ କପ-ନଡ଼ିଆ କୋରା, ଜିରା-୧ ଚାମୁଚ, ଅଦା ବଟା-୧ ଚାମୁଚ, କଞ୍ଚାଲଙ୍କା-୬ଟି, ତେଜପତ୍ର- ୪ଟି, ତେଲ-୨ ଚାମୁଚ ଆବଶ୍ୟକ ପରିମାଣରେ ଲୁଣ ଓ ହଳଦି ନେବେ ।
ପ୍ରସ୍ତୁତି – ଭଜା ମୁଗଡ଼ାଲିକୁ ପ୍ରଥମେ ଲୁଣ ଓ ହଳଦି ଦେଇ ସିଝାନ୍ତୁ । ଡ଼ାଲି ସିଝିଗଲେ ସେଥିରେ ବଟା ଅଦା ଓ କଞ୍ଚାଲଙ୍କା ଦିଅନ୍ତୁ । ଗରମ ତେଲ କରେଇରେ ଜିରା ଓ ତେଜପତ୍ର ପକାନ୍ତୁ । ଜିରା ଫୁଟିଗଲେ ଏଥିରେ ନଡ଼ିଆ କୋରା ପକାଇ ଭଲ କରି ଭାଜନ୍ତୁ । ନଡ଼ିଆ କୋରା ଭାଜି ଲାଲ ହୋଇଗଲେ ପୂର୍ବରୁ ପ୍ରସ୍ତୁତ ଢ଼ାଲି ସିଝାକୁ ଏଥିରେ ଢ଼ାଳି ଗୋଳେଇ ଦିଅନ୍ତୁ । ଏଥର ନଡ଼ିଆ ଦିଆ ମୁଗଡ଼ାଲି ପ୍ରସ୍ତୁତ ହୋଇଗଲା ।

Leave a Reply

error: Content is protected !!