Vegetarian

ନଡ଼ିଆ ରାଇସ

ଉପକରଣ – ବାସୁମତୀ ଅରୁଆ ଚାଉଳ-୪କପ୍, ନଡ଼ିଆ କୋରା-୪କପ୍, କାଜୁ-୨୦ ଟି, କଞ୍ଚା ଓ ଶୁଖଲା ଲଙ୍କା-ଚାରୋଟି ଲେଖାଏଁ, ବିରି ଡାଲି- ଦୁଇ ଚାମୁଚ, ଆବଶ୍ୟକ ଅନୁସାରେ ଘିଅ, ସୋରିଷ, ଭୂସୁଙ୍ଗା ପତ୍ର, ଧନିଆ ପତ୍ର, ହେଙ୍ଗୁ ଓ ଲୁଣ ନେବେ।

ପ୍ରସ୍ତୁତି – ପ୍ରଥମେ ଅରୁଆ ଚାଉଳରେ ଭାତ କରି ତାହାକୁ ଗାଳି ଦେଇ ରଖନ୍ତୁ । ଭାତ ଯେପରି ଗୋଟା ଗୋଟା ରହିବ ସେଥିପ୍ରତି ବିଶେଷ ଦୃଷ୍ଟି ଦେବେ । ଗରମ ଘିଅ କରେଇରେ ହେଙ୍ଗୁ, ସୋରିଷ, ବିରି, ଲଙ୍କା, ଭୂସୁଙ୍ଗା ପତ୍ର ଓ ନଡ଼ିଆ କୋରା ପକାଇ ଭାଜି ଦିଅନ୍ତୁ । ଏହି ଭଜାକୁ ଭାତରେ ଗୋଳାଇ ଦିଅନ୍ତୁ । ଏହାକୁ ଭଲ କରି ତଳ ଉପର କରି ମିଶାଇ ଦିଅନ୍ତୁ । ଏହାକୁ ଏବେ ଖୋଲା ପାତ୍ରରେ, ଭାତ ଓ ମିଶାମିଶି ଭଜା ମିଶାଇଲେ ଭଲ ହେବ । ଭାତ ଉପରେ କାଜୁ ବାଦାମ ଓ ଧନିଆ କଟା ପତ୍ର ବିଛାଇ ଦିଅନ୍ତୁ । ବର୍ତ୍ତମାନ ନଡ଼ିଆ ରାଇସ୍ ପ୍ରସ୍ତୁତ ହୋଇଗଲା ।

Leave a Reply

error: Content is protected !!