Showing 89 Result(s)
Vegetarian

ଲାଉ, ମସୁର

ଉପକରଣ- ମସୁର ଡାଲି-୨ କପ, କଟା ଲାଉ-୪ କପ, ଜିରା-ଅଧ ଚାମୁଚ, ଲଙ୍କାଗୁଣ୍ଡ-ଅଧ ଚାମୁଚ, ବେସନ -୧ ଚାମୁଚ, ଧନିଆ ଗୁଣ୍ଡ-ଅଧ ଚାମୁଚ, ଘିଅ-୪ ଚାମୁଚ, ଦୁଧ-୮ ଚାମୁଚ ଓ ଦରକାର ଅନୁସାରେ ଲୁଣ ନେବେ । ପ୍ରସ୍ତୁତି- ପ୍ରଥମେ କଟା ଲାଉ ଓ ମସୁର ଡାଲିକୁ ସିଝାଇ ଦିଅନ୍ତୁ । ଗରମ ଘିଅ କରେଇରେ ହେଙ୍ଗୁ, ଲଙ୍କାଗୁଣ୍ଡ, ଧନିଆଗୁଣ୍ଡ ଓ ଲାଉକୁ ପକାଇ ବଘାରି ଦିଅନ୍ତୁ । ଏହାକୁ ତଳକୁ ଓହ୍ଲାଇଲା ପୂର୍ବରୁ ବେସନ ଓ …

Vegetarian

କୋଶଳା ଶାଗ

ଉପକରଣ – କୋଶଳା ଶାଗ-୧, ବିଡ଼ା, ଛୋଟ ନଡ଼ିଆ-ଫାଳେ, ବଡ଼ି-୧୦ଟା, ରିଫାଇନ ତେଲ-୨ ଚାମୁଚ, ଫୁଟଣ-ଅଧ ଚାମୁଚ, ଶୁଖିଲା ଲଙ୍କା-୨ଟା ଓ ଆବଶ୍ୟକ ଅନୁସାରେ ଲୁଣ ନେବେ । ପ୍ରସ୍ତୁତି- ପ୍ରଥମେ କୋଶଳା ଶାଗକୁ ପରିଷ୍କାର କରି ବାଛି ଦେବେ । ତା’ପରେ ଏହାକୁ ଛୋଟ ଛୋଟ କରି କାଟି ପାଣି ଛାଣି ରଖିବେ । ନଡ଼ିଆକୁ କୋରି ରଖିବେ । ବଡ଼ିକୁ ଭାଜି ଦରଦର ଛେଚା କରି ରଖିବେ । ଗରମ ତେଲରେ ଫୁଟଣ ଓ …

Vegetarian

କାଙ୍କଣ ଭର୍ତ୍ତା

ପ୍ରସ୍ତୁତି-ଆବଶ୍ୟକ ପରିମାଣରେ କାଙ୍କଣ ନେଇ ସିଝାଇ ଥଣ୍ଡା କରିଦେବେ । କାଙ୍କଣ ସିଝିଗଲେ ଏହାକୁ ଥଣ୍ଡା କରି ଏଥିରେ ଲୁଣ ପକାଇ ଚକଟି ଦେବେ । ଗରମ ତେଲରେ ସୋରିଷ ପକାଇ ଭାଜି ଦେବେ । ସୋରିଷ ଭାଜି ହୋଇଗଲେ ସେଥିରେ ଚକଟା କାଙ୍କଣକୁ ପକାଇ ଭଲକରି , ଖଡ଼କି ଦେବେ । ଏଥର କାଙ୍କଣ ଭର୍ତ୍ତା ପ୍ରସ୍ତୁତ ହୋଇଗଲା।

Vegetarian

କାଙ୍କଣ ଭଜା

ପ୍ରସ୍ତୁତି – କାଙ୍କଣକୁ ଧୋଇ ପତଳା ପତଳା ଗୋଲ ଗୋଲ କରି କାଟି ଦିଅନ୍ତୁ ।ଲୁଣ ଓ ହଳଦି ଦେଇ ଏହାକୁ ଅଳ୍ପ ସିଝାଇ ରଖନ୍ତୁ । ପିଆଜ, ରସୁଣ ଓ ଅଦା ଆବଶ୍ୟକତା ଅନୁସାରେ ବାଟି ରଖନ୍ତୁ । ନଡ଼ିଆକୁ କୋରି ତା’ର ରସ ସଂଗ୍ରହ କରି ରଖନ୍ତୁ । ଗରମ ତେଲ କରେଇରେ ବଟା ମସଲା ଦଇ କଷନ୍ତୁ । ମସଲା ଭଲ କରି କଷି ହୋଇଗଲେ ସେଥିରେ ଆଗରୁ ପ୍ରସ୍ତୁତ ଥିବା ଦରସିଝା …

Vegetarian

କଞ୍ଚା କଦିଳୀ ଭର୍ତ୍ତା

ପ୍ରସ୍ତୁତି- ପ୍ରଥମେ କଞ୍ଚା କଦଳୀକୁ ତଳ ଉପର କାଟି ମଝିରେ ୨ ଖଣ୍ଡ କରି ସିଝାଇ ଥଣ୍ଡା କରି ଦେବେ । ଏହା ସିଝିଗଲେ ତଳକୁ ଆଣି ଥଣ୍ଡା କରି ଚକଟି ଦେବେ । ଗରମ ତେଲରେ କଟା ପିଆଜ, କଟା ବିଲାତି ବାଇଗଣ, କଟା କଞ୍ଚାଲଙ୍କା ଓ କଟା ଧନିଆପତ୍ର ପକାଇ ଭାଜନ୍ତୁ । ଏହା ଭାଜି ହୋଇଗଲେ ଏଥିରେ ସିଝା କଦଳୀ ଓ ଲୁଣ ଦେଇ ଭଲ କରି ଖଡ଼କି ଦେବେ । ଏଥର …

Vegetarian

କଲରା ଚପ୍

ଉପକରଣ – ବଡ଼ ବଡ଼ କଲରା- ୪ଟି, ସିଝା ଆଳୁ-୧ଟି (ବଡ଼), ବଟା ଅଦା ଓ ରସୁଣ-୧ ଚାମୁଚ, କଟା ପିଆଜ-୨ ଚାମୁଚ, ଲଙ୍କା ଓ ଜିରା-ଅଧ ଚାମୁଚ, ବେସନ-୧ କପ, ଦରକାର ଅନୁସାରେ ଖାଇବା ସୋଢ଼ା, କଳାଜିରା, ଜୁଆଣୀ, ଲୁଣ, ହଳଦି ଗୁଣ୍ଡ ଓ ତେଲ ନେବେ । ପ୍ରସ୍ତୁତି –ପ୍ରଥମେ କଲରା ଗୁଡ଼ିକ ଧୋଇ ମଝିରୁ ଚିରି ଦେବେ । ଏହା ଯେପରି ଗୋଟା ହୋଇ ରହିଥିବ ସେଥିପ୍ରତି ଦୃଷ୍ଟି ଦେବେ । ଲୁଣ …

Vegetarian

କଲରା ଭର୍ତ୍ତା

ପ୍ରସ୍ତୁତି – କଲରାରୁ ଚୋପା ଛଡ଼ାଇ ଏହାକୁ ସିଝାଇ ଦେବେ । ସିଝିଗଲେ ଏହାକୁ ଥଣ୍ଡା କରି ଚକଟି ଦେବେ । ଗରମ ତେଲରେ କଟା ପିଆଜ, କଟା ବିଲାତି , ବାଇଗଣ, କଟା କଞ୍ଚାଲଙ୍କା ଓ ଧନିଆ ପତ୍ର ଦେଇ ଭଲ କରି ଭାଜି ଦେବେ । ଏହା ଭଜା ହୋଇଗଲେ ସେଥିରୁ ଚକଟା କଲରା ଓ ଲୁଣ ପକାଇ ଭଲ କରି ଖଡ଼କି ଓହ୍ଲାଇ ଦେବେ । ବର୍ତ୍ତମାନ କଲରା ଭର୍ତ୍ତା ପ୍ରସ୍ତୁତ ହୋଇଗଲା …

Vegetarian

କଲରା ବରା

ଉପକରଣ – ବଡ଼ କଲରା-୫୦୦ ଗ୍ରାମ, ଛାଣିବା ପାଇଁ ତେଲ-୨୦୦ ଗ୍ରାମୀ, ଅରୁଆ ଚାଉଳ-୧ କପ, ବଟା ମସଲା (ପିଆଜ, ଅଦା, ରସୁଣ, ଲଙ୍କା ଓ ଜିରା) ୪ଚାମୁଚ ଓ ଦରକାର ଅନୁସାରେ ଲୁଣ ନେବେ । ପ୍ରସ୍ତୁତି –ପ୍ରଥମେ ଅଳ୍ପ ପାଣି ଓ ଲୁଣ ଦେଇ କଲରାକୁ ସିଝାଇ ଦିଅନ୍ତୁ । କଲରା ସିଝିଗଲେ ଏହାକୁ ଚକଟି ଦିଅନ୍ତୁ । ବଟା ମସଲା, ଅଳ୍ପ ଆଞ୍ଚରେ ଭାଜି ଏହି କଲରା ଚକଟାରେ ପକାଇ ଚକଟି ଦିଅନ୍ତୁ …

Vegetarian

କଖାରୁ ଫୁଲ ଭଜା

ଉପକରଣ – ଆବଶ୍ୟକ ଅନୁସାରେ କଖାରୁ ଫୁଲ, ଲୁଣ, ତେଲ, ହଳଦି, ଲଙ୍କାଗୁଣ୍ଡ ଓ ଅରୁଆ ଚାଉଳ ନେବେ । ପ୍ରସ୍ତୁତି –ପ୍ରଥମେ କଖାରୁ ଫୁଲକୁ ଚାଉଳରେ ଲଙ୍କାଗୁଣ୍ଡ, ହଳଦି ଓ ଲୁଣ ଦେଇ ବାଟି ଦେବେ । ଏହାକୁ ପିଠଉ ବୋଲି ଭାବିବେ । ୨ଟି କଖାରୁ ଫୁଲକୁ ଏକାଠି କରି ପିଠଉ ମଧ୍ୟରେ ଭଲ କରି ବୁଢ଼ାଇ ଦେବେ । ଗରମ ତେଲରେ କଖାରୁ, ଫୁଲକୁ ଓଲଟାଇ ଓଲଟାଇ ଭାଜିବେ । ଏଥର କଖାରୁ …

Vegetarian

କଖାରୁ ଡଙ୍କ ଚଡ଼ଚଡ଼ି

ଉପକରଣ : କଖାରୁ ଡଙ୍କ-୫ ଖଣ୍ଡ, ୩ଟି-ଆଳୁ, ଛୋଟ ବାଇଗଣ-୨ଟି, କଖାରୁ । -ଛୋଟ ଖଣ୍ଡ, ସୋରିଷ-୧ଟା ଚା’ ଚାମୁଚ, ଜିରା-ଅଧ ଚାମୁଚ, ଶୁଖିଲା ଲଙ୍କା-୨ ଟି, ଛୋଟ ପିଆଜ-୨ଟି, ରସୁଣ-୪କୋଲା, ଛୋଟ ଅଦା ଖଣୋ, ଚିନି-୧ଚାମୁଚ, ହଳଦି-୧ ଚାମୁଚ, ତେଲ-୨୫ ଗ୍ରାମ୍ ଓ ଦରକାର ଅନୁସାରେ ଲୁଣ ନେବେ) । ପ୍ରସ୍ତୁତି- ପ୍ରଥମେ ସୋରିଷ, ଜିରା, ଲଙ୍କା, ପିଆଜ, ରସୁଣ ଓ ଅଦାକୁ ଏକାଠି କାଟି ଦିଅନ୍ତୁ । କଖାରୁ ଡଙ୍କ ଓ ପତ୍ରକୁ ଭଲ …

error: Content is protected !!