Vegetarian

ପାଳଙ୍ଗ ଶାଗ

ଉପକରଣ-ପାଳଙ୍ଗ ଶାଗ-୨, ବିଡ଼ା, ବାଇଗଣ-୧ଟା, ଆଳୁ-୧ଟା, ଫୁଟଣ୧ଚାମୁଚ, ତେଲ-୧ ଚାମୁଚ, ଶୁଖିଲା ଲଙ୍କା-୨ଟା, ଜିରା-୧ ଚାମୁଚ ଦରକାର ଅନୁସାରେ ଲୁଣ ନେବେ ।
ପ୍ରସ୍ତୁତି-ପ୍ରଥମେ ପାଳଙ୍ଗ ଶାଗକୁ ପରିଷ୍କାର କରି ବାଛି ଦେବେ । ତା’ପରେ ଏହାକୁ ଧୋଇ ଛୋଟ ଛୋଟ କାଟି ପାଣି ଛାଣି ରଖିବେ । ଆଳୁକୁ ଧୋଇ ଛୋଟ ଛୋଟ କାଟି ରଖିବେ । ଜିରା ଓ ଲଙ୍କାକୁ ବାଟି ଚିକ୍କଣ କରି ରଖିବେ । ଗରମ ତେଲରେ ଫୁଟଣ ପକାଇ ଭାଜିବେ । ଫୁଟଣ ଫୁଟିଗଲେ ସେଥିରେ କଟା ବାଇଗଣ, କଟା ଆଳୁ ଓ କଟା ଶାଗ ପକାଇବେ । ଆବଶ୍ୟକ ଅନୁସାରେ ସେଥିରେ ଲୁଣ ପକାଇ ଭଲ କରି ଖଡ଼କି ଘୋଡ଼େଇ ଦେବେ । ପରିବା ଓ ଶାଗ ସିଝିଗଲେ ଏହାକୁ ଓହ୍ଲାଇଲା ବେଳେ ଜିରା ଓ ଲଙ୍କା ବଟା ଦେଇ ଭଲ କରି ଖଡ଼କି ଓହ୍ଲାଇ ଦେବେ । ଏଥର ପାଳଙ୍ଗ ଶାଗ ପ୍ରସ୍ତୁତ ହୋଇଗଲା ।

Leave a Reply

error: Content is protected !!