Vegetarian

ପଣସ ବିରିଆନି

ଉପକରଣ – ୨ କିଲୋ-ପଣସ କଠା, ଲଙ୍କା ଗୁଣ୍ଡ-୩ ବଡ଼ ଚାମୁଚ, ହଳଦିଗୁଣ୍ଡ-୩ ଚାମୁଚ, ସରୁ ଅରୁଆ ଚାଉଳ-୧ କିଲୋ, ଲେମ୍ବୁରସ-୮ ବଡ଼ ଚାମୁଚ, କଟା ଅଦା୪ ବଡ଼ ଚାମୁଚ, କଟା ଧନିଆ ପତ୍ର-୮ ବଡ଼ ଚାମୁଚ, ଗରମ ମସଲା ଗୁଣ୍ଡ-୪ ଚାମୁଚ, ଲହୁଣୀ-୧ ଗ୍ରାମ୍, କ୍ରିମ୍ ୧-ଗ୍ରାମ୍, ଚାଟ୍ ମସଲା-୪ଚାମୁଚ, ୨କପ ଭିଜା ହୋଇ ଶୁଖା ହୋଇଥିବା ଚାଉଳ ଗୁଣ୍ଡା, ଆବଶ୍ୟକ ଅନୁସାରେ ଲୁଣ, ତେଲ ଓ ପାଣି ନେବେ ।

ପ୍ରସ୍ତୁତି – ପ୍ରଥମେ ପାଣି ଫୁଟାଇ ସେଥିରେ ୪ ଚାମୁଚ ଲେମ୍ବୁ ରସ ପକାନ୍ତୁ । ତା’ପରେ ସେଥିରେ ଚାଉଳ ପକାନ୍ତୁ । ଏହା ପାଞ୍ଚ ଭାଗରୁ ଚାରିଭାଗ ହୋଇଗଲା । ପରେ ଓହ୍ଲାଇ ଦିଅନ୍ତୁ । ପଣସ କଠାକୁ ଦେଢ଼ ଇଞ୍ଚ ଲମ୍ବର କାଟି ରଖନ୍ତୁ । ଗୋଟିଏ ପାତ୍ରରେ କିଛି ପାଣି ଫୁଟାଇ ଲୁଣ ଓ ହଳଦି ପକାନ୍ତୁ । ସେଥିରେ ପଣସ କଠା, ପକାଇ ଦରସିଝା ପର୍ଯ୍ୟନ୍ତ ଅର୍ଥାତ ୮୦ ଗ୍ରାମ୍ ପର୍ଯ୍ୟନ୍ତ ରାନ୍ଧନ୍ତୁ । ତା’ପରେ ପାଣି ନିଗାଡ଼ି ପଣସ କଠାକୁ ଥଣ୍ଡା କରାନ୍ତୁ । ପ୍ରସ୍ତୁତ ରହିଥିବା ଚାଉଳ ଗୁଣ୍ଡରେ ଲଙ୍କା ଗୁଣ୍ଡ ଓ ଗରମ ମସଲା ଗୁଣ୍ଡ ପକାଇ ଭଲ ଭାବରେ ମିଶାଇ ଦିଅନ୍ତୁ । ଏଥିରେ ପଣସ କଠାକୁ ମିଶାଇ ସେଥିରେ ଛାଣନ୍ତୁ । ବର୍ତମାନ କ୍ରିମ୍ ଓ ଲହୁଣୀରେ ପାଣି ମିଶାଇ ସେଥିରେ ଧନିଆ ପତ୍ର-୪ଚାମୁଚ, ଲେମ୍ବୁରସ, ଚାଟ ମସଲା ଓ କଟା ଅଦା ପ୍ରଭୃତି ମିଶାଇ ଅଲଗା ରଖନ୍ତୁ । ଯେଉଁ ଫରଚା ପାତ୍ରରେ ବିରିଆନି ହେବ ତା’ ମଧ୍ୟରେ, ପ୍ରସ୍ତୁତ ଥିବା କ୍ରିମ୍ ବଟର ପେଷ୍ଟକୁ ବୋଳିଦିଅନ୍ତୁ । ଏହା ଉପରେ ପ୍ରସ୍ତୁତ ଥିବା ଭାତକୁ ଖେଳେଇ ରଖନ୍ତୁ । ତା’ଉପରେ ଛଣା ହୋଇଥିବା ପଣସ କଠା ରଖନ୍ତୁ । ଏହିପରି ଭାବରେ ଭାତ ଓ ପଣସ କଠାକୁ ୪ ପରସ୍ତ କରି ରଖନ୍ତୁ । ଶେଷରେ ୮ ଚାମୁଚ ଦେଶୀ ଘିଅ ପକାଇ ପାତ୍ର ମୁହଁକୁ ଘୋଡ଼ାଇ ଦିଅନ୍ତୁ । ଏହାକୁ ଅଳ୍ପ ଆଞ୍ଚରେ ୨୦ ମିନିଟ୍ ପର୍ଯ୍ୟନ୍ତ ରାନ୍ଧନ୍ତୁ । ପଣସ ବିରିଆନି ପ୍ରସ୍ତୁତ ହୋଇଗଲା ପରେ ଏହାକୁ ଗୋଟିଏ ପଟରୁ କାଟି ପରିବେଷଣ କରନ୍ତୁ ।

Leave a Reply

error: Content is protected !!