Vegetarian

ପୋଟଳ ତରକାରୀ

ଉପକରଣ – ପୋଟଳ-୧୦ଟା, ଆଳୁ-୪ଟା, ପିଆଜ-୫ଟା, ରସୁଣ-୭ଟା, ଅଦା-୧ଇଞ୍ଚିର ୧ଟା, ଲାଲ ଲଙ୍କା ଗୁଣ୍ଡ-୧ ଚାମୁଚ, ଜିରାଗୁଣ୍ଡ-୨ ଚାମୁଚ, ଧନିଆ ଗୁଣ୍ଡ -୨ ଚାମୁଚ, ଗରମ ମସଲା ଗୁଣ୍ଡ-୨ ଚାମୁଚ, ହଳଦି-୨ ଚାମୁଚ, ବିଲାତି ବାଇଗଣ ଛୋଟ ୨ଟା, ଦରକାର ଅନୁସାରେ ଲୁଣ ଓ ତେଲ ନେବେ ।

ପ୍ରସ୍ତୁତି – ପ୍ରଥମେ ଆଳୁ ଓ ପୋଟଳକୁ ଭଲ କରି ଧୋଇ ସମାନ ଭାବରେ କାଟି ଦିଅନ୍ତୁ । ଗରମ ତେଲରେ ଆଳୁ ଓ ପୋଟଳକୁ ପକାଇ ଛାଣି ଦିଅନ୍ତୁ । ପିଆଜ, ଅଦା ଓ ରସୁଣକୁ ଚିକ୍କଣ କରି ବାଟି ଦିଅନ୍ତୁ । ଗରମ ତେଲରେ ବଟା ମସଲା, ଜିରା, ଧନିଆ, ଲାଲ ଲଙ୍କା ଗୁଣ୍ଡ, ଲୁଣ ଓ ହଳଦୀ ଦେଇ ଭଲ କରି କଷନ୍ତୁ । ମସଲା ଭଲ ଭାବରେ କଷି ହୋଇଗଲେ ଆଳୁ ଓ ପୋଟଳ ପକେଇ ଅଳ୍ପ ସମୟ କଷିକରି ସେଥିରେ ଆବଶ୍ୟକ ଅନୁସାରେ ପାଣି ଦେଇ ଅଧଘଣ୍ଟା ଓ ଘୋଡ଼େଇ ରଖନ୍ତୁ । ଆଳୁ ଓ ପୋଟଳ ସିଝିଗଲେ, ସେଥିରେ କଟା ବିଲାତି ଭଜା ପକେଇ ପାଞ୍ଚ ମିନିଟ୍ ଘୋଡ଼େଇ ରଖି ଗରମ ମସଲା ପକେଇ ଓହ୍ଲାଇ ଦିଅନ୍ତୁ । ଏଥର ପୋଟଳ ତରକାରୀ ପ୍ରସ୍ତୁତ ହୋଇଗଲା ।

Leave a Reply

error: Content is protected !!