Vegetarian

ରତ୍ନ ପଲାଉ

ଉପକରଣ – ବାସୁମତୀ ଚାଉଳ- ୬୦୦ ଗ୍ରାମ୍, ଜିରା- ୨ ଛେଟ ଚାମୁଚ, ଡ଼ାଲିଚିନି- ୩ ଇଞ୍ଚିର ଖଣ୍ଡେ, ରସୁଣ- ୬ କୋଲା, ଗୋଲ ମରିଚ- ୩୦ ଟା, ଗୁଜୁରାତି- ୧୪ଟା, କଟା କଞ୍ଚାଲଙ୍କା- ୮ଟା, ସରୁ କଟା ଗାଜର-୩୦୦ ଗ୍ରାମ, ନେଳି ମଟର- ୨୦୦ ଗ୍ରାମ୍, କଟା ବିନ୍ – ୨୦୦ ଗ୍ରାମ, ଛତୁ – ୨୦୦ ଗ୍ରାମ୍, ଖିସମିସ୍ ୪. ଚାମୁଚ, ଆବଶ୍ୟକ ଅନୁସାରେ ଲୁଣ ଓ ତେଲ ନେବେ ।
ପ୍ରସ୍ତୁତି – ପ୍ରଥମେ ଚାଉଳକୁ ଧୋଇ ଛାଣି ଶୁଖାଇ ରଖନ୍ତୁ । ଛତୁକୁ ଧୋଇ ପରିଷ୍କାର କରି ରଖନ୍ତୁ । ତେଡ଼କିଟିରେ ଆବଶ୍ୟକ ପରିମାଣରେ (ପ୍ରାୟ ୧୨ ଚାମୁଚ ତେଲ) ପକାଇ ଗରମ କରନ୍ତୁ । ଗରମ ତେଲର ଜିରା ଫୁଟାନ୍ତୁ । ତା’ପରେ ସେଥିରେ ଅନ୍ୟ ସାମଗ୍ରୀ ପକାଇ ଭାଜନ୍ତୁ । ଏହା ଭାଜି ହୋଇଗଲେ । ଏଥିରେ କଟା କଚାଂଲଙ୍କା କଟା ଗାଜର, କଟା ବିନ୍ ଓ ଛତୁ ପକାଇ ଭାଜନ୍ତୁ । ଏହାକୁ ୧୦ ମିନିଟ୍ ଭାଜି ସେଥିରେ ଲୁଣ ଓ ୪ ଚାମୁଚ ଚିନି ପକାଇ ଘୋଡ଼େଇ ଦିଅନ୍ତୁ । ମଝିରେ ମଝିରେ ଘାଣ୍ଟିବାକୁ ଭୁଲିବେ ନାହି । ଏହା ପ୍ରସ୍ତୁତ ହୋଇଗଲେ ଏହା ଉପରେ ଖିସମିସ୍ ପକାଇ ପରିବେଷଣ କରନ୍ତୁ ।

Leave a Reply

error: Content is protected !!