Vegetarian

ସଜନା ଛୁଇଁ ଭଜା

ଉପକରଣ- ସଜନା ଛୁଇଁ-୧୦ଟି, ପିଆଜ-୧ଟି, ତେନ୍ତୁଳି ରସ-୨ ଚାମୁଚ, – ଶୁଖିଲା ଲଙ୍କା-୬ଟା, ରସୁଣ-୭ ପାଖୁଡ଼ା, ଜିରା-୧ ଚାମୁଚ, ସୋରିଷ-୫ଚାମୁଚ, ଫୁଟଣ -୨ ଚାମୁଚ, ଗୁଡ଼-୭ଚାମୁଚ, ତେଲ-୧୦ ଚାମୁର, ଦରକାର ଅନୁସାରେ ହଳଦିଗୁଣ୍ଡ ଓ ଲୁଣା ନେବେ ।

ପ୍ରସ୍ତୁତି – ସଜନା ଛୁଇଁକୁ ୬ କିମ୍ବା ୭ ସେ.ମି.ରେ କାଟିକି ରଖନ୍ତୁ । ଏହାକୁ ହଳଦି ଓ ଲୁଣ ଦେଇ ସିଝାନ୍ତୁ । ସୋରିଷ, ଲଙ୍କା ଓ ରସୁଣକୁ ଏକାଠି ବାଟି ରଖନ୍ତୁ । ସଜନା ଛୁଇଁ ଅଧା ସିଝିଗଲେ ସେଥିରେ ବଟା ମସଲା ମିଶାନ୍ତୁ । ଏଥିରେ ଗୁଡ଼ ସହିତ ତେନ୍ତୁଳି ରସ ମଧ୍ୟ ପକାନ୍ତୁ । ଯେତେବେଳେ କରେଇରୁ ପାଣି ମରିଯାଇ ସଜନା ଛୁଇଁ ପୁରାପୁରି ସିଝିଯିବ ତାହାକୁ ତଳକୁ ଓହ୍ଲାଇ ଦେବ । ଗରମ ତେଲ କରେଇରେ ଫୁଟଣ ଫୁଟାନ୍ତୁ । ଫୁଟଣ ଫୁଟିଗଲେ କଟା ପିଆଜ ପକାଇ ଭଲ କରି ଭାଜନ୍ତୁ । ପିଆଜ ଲାଲ ହୋଇଗଲେ । ଏଥିରେ ମସଲା ମିଶା ଛୁଇଁକୁ ପକାଇ ଭାଜି ଦିଅନ୍ତୁ । ଏଥର ସଜନା ଛୁଇଁ ଭଜା ପ୍ରସ୍ତୁତ ହୋଇଗଲା ।

Leave a Reply

error: Content is protected !!