Vegetarian

ସଜନା ପତ୍ର ମୁଗଡ଼ାଲି

ଉପକରଣ – ମୁଗଡ଼ାଲି-୨କପ୍, ସଜନା ପତ୍ର-୪କପ୍, ରସୁଣ-୧୦କୋଲା, ଶୁଖଲା ଲଙ୍କା-୬ଟା, ଫୁଟଣ-୨ ଚାମୁଚ, ତେଲ-୨ ଚାମୁଚ, ଆବଶ୍ୟକ ମୁତାବକ ଲୁଣ ଓ ହଳଦି ନେବେ । ପ୍ରସ୍ତୁତି –ପ୍ରଥମେ ମୁଗଡ଼ାଲିକୁ ଲୁଣ ଓ ହଳଦି ପକାଇ ସିଝାଇ ଦିଅନ୍ତୁ । ଏହା ସିଝିଗଲା ପରେ ଓହ୍ଲାଇ ଦେବେ । ଗରମ ତେଲ କରେଇରେ ଲଙ୍କା ଓ ଫୁଟଣ ଦେଇ ଫୁଟାନ୍ତୁ । ସେଥିରେ ଛେଚା ରସୁଣ ଓ ସଜନା ପତ୍ରକୁ ବେଶ ଭଲ କରି ଭାଜନ୍ତୁ । ସଜନା ଶାଗ ସନ୍ତୁଳି ଗଲାପରେ ଢ଼ାଲି ସିଝା ସେଥିରେ ପକାଇ ପ୍ରସ୍ତୁତ କରନ୍ତୁ । ଏଥର ସଜନା ପତ୍ର ମୁଗଡ଼ାଲି ପ୍ରସ୍ତୁତ ହୋଇଗଲା ।

Leave a Reply

error: Content is protected !!