ଶୁଖିଲା ସନ୍ତୁଳା
Vegetarian

ଶୁଖିଲା ସନ୍ତୁଳା

ଉପକରଣ –
ଆଳୁ ୧୦୦ ଗ୍ରାମ
ବାଇଗଣ – ୫୦ ଗ୍ରାମ
ଭେଣ୍ଡି – ୨୫ ଗ୍ରାମ୍
କଖାରୁ ୨୫ ଗ୍ରାମ
ସଜନା ଛୁଇଁ
ବଡ଼ି – ୪ଟା
ଅଦା- ଛୋଟ ଖଣ୍ଡ
ଫୁଟଣ – ୧ ଚାମୁଚ
ହଳଦୀଗୁଣ୍ଡ-୧/୪ ଚାମୁଚ
ଶୁଖିଲା ଲଙ୍କା – ୨ ଟି
ଦରକାର ଅନୁସାରେ ତେଲ
ଲୁଣ ଓ ହଳଦୀଗୁଣ୍ଡ ନେବେ ।

ପ୍ରସ୍ତୁତି
ପ୍ରଥମେ ସବୁତକ ପରିବା ଧୋଇ ଛୋଟ ଛୋଟ କରି କାଟିଦେବେ । ବଡ଼ିକୁ ଭଲ କରି ଭାଜି ଦରଦର ଖଣ୍ଡ କରି ରଖିବେ । ଅଦାରେ ଲଙ୍କା ମିଶାଇ ଚିକ କଣ କରି ବାଟି ଦେବେ । କଟା ପରିବା, ହଳଦୀଗୁଣ୍ଡ, ଲୁଣ ଓ ପାଣି ପକାଇ ପରିବା ସିଝାଇ ଦିଅନ୍ତୁ । ତେଲ ଗରମ କରି ସେଥୁରେ ଫୁଟଣ ଫୁଟାଇବେ । ତା’ପରେ ସେଥିରେ ବଟା ମସଲା ପକାଇ ଭଲ କରି ଭାଜିବେ । ସବୁ ସିଝା ପରିବା ସେଥିରେ ପକେଇ ଦେବେ ଓ ଭଲ କରି ଘାଣ୍ଟି ଦେବେ । ସନ୍ତୁଳା ପ୍ରସ୍ତୁତ ହୋଇଗଲେ ସେଥିରେ ବଡ଼ି ଖଣ୍ଡ ପକେଇ ଦେବେ । ଏଥର ସନ୍ତୁଳା ପ୍ରସ୍ତୁତ ହୋଇଗଲା
error: Content is protected !!