ଶୁନଶୁନିଆ ସାଗ
Vegetarian

ଶୁନଶୁନିଆ ସାଗ

ଉପକରଣ
– ୫୦ ଗ୍ରାମ ବଛା ଶୁନଶୁନିଆ ସାଗ
– ପଞ୍ଚ ପୁଟଣ
– ୨ଟି ଚୋଟ ପିଆଜ କଟା
– ୫ ପାଖୁଡା ରସୁଣ
– ୨ ଟି କଞ୍ଚା ଲଙ୍କା
– ୧/୨ ଗାଲ ହରଡ ଡାଲି ସିଜା ପାଣି
– ୨ ଚାମୁଚ ଶୋରିଷ ତେଲ

ଗରମ କଢେଇ ରେ ଶୋରିଷ ତେଲ ପକାନ୍ତୁ । ତେଲରେ ପଞ୍ଚ ପୁଟଣ ଫୁଟାନ୍ତୁ । ତାସହ ରସୁଣ, ପିଆଜ କଟା, କଞ୍ଚା ଲଙ୍କା ପକାଇ କିଛି ସମୟ ଭାଜନ୍ତୁ । ଅଲ୍ପ ଭାଜି ହୋଇଗଲେ ବଛା ଶୁନଶୁନିଆ ସାଗ ପକାଇ କିଛି ସମୟ ଗୋଳାନ୍ତୁ । ତାଦ୍ୱାରା ପିଆଜ ରସୁଣ ସାଗ ସାଙ୍ଗେ ଗୋଳୋଇ ହୋଇଯିବ । ଏହି ସମୟରେ ସ୍ୱାଦ ଅନୁଯାୟି ଲୁଣ ପକାନ୍ତୁ । ତାପରେ ହରଡ ଡାଲି ସିଜା ପାଣି ଦେଇ ସାଗ ସିଜାନ୍ତୁ । ୧୦ ମିନଟରେ ସାଗ ପ୍ରସ୍ତୁତ ହୋଇଯିବ । ଶୁନଶୁନିଆ ସାଗ ଗରମ ଗରମ ଖାଇଲେ ଭଲ ଲାଗେ । ପଖାଳ ସାଂଗେ ଶୁନଶୁନିଆ ସାଗ ଖାନ୍ତୁ ।

ଶୁନଶୁନିଆ ସାଗ 1

error: Content is protected !!