ଟମାଟୋ ଖଜୁରି ଖଟା

ଟମାଟୋ ଖଜୁରି ଖଟା

ଉପକରଣ:
-ଟମାଟୋ
-ଖଜୁରିକୋଳି
-ଚିନି
-ସୋରିଷ,
-ଆମ୍ବକଷିଆ ଅଦା
– କଞ୍ଚାଲଙ୍କା
-ଭୁର୍ସୁଙ୍ଗ ପତ୍ର
-ନଡ଼ିଆ କୋରା
-ଧନିଆପତ୍ର,
– ଅଦା ବଟା,
-ଆବଶ୍ୟକ ଅନୁଯାୟୀ ତେଲ ଏବଂ ସ୍ୱାଦ
-ଅନୁଯାୟୀ ଲୁଣ

ପ୍ରସ୍ତୁତି:
ପ୍ରଥମେ ଟମାଟୋକୁ ଧୋଇ କଟାଯାଏ । ଗୋଟିଏ କଡ଼େଇରେ ତେଲ ଟିକିଏ ଦେଇ ସେଥିରେ ଅଦା ବଟା, ସୋରିଷ, କଞ୍ଚାଲଙ୍କା ଓ ଭୁର୍ସୁଙ୍ଗ ପତ୍ର ପକାଇ ବଘରାଯାଏ । ଏହା ଭାଜି ହୋଇଗଲେ ସେଥିରେ ଟମାଟୋ ଏବଂ ଖଜୁରିକୁ ଧୋଇ ପକାଇ ଘଣ୍ଟାଯାଏ । ଟମାଟୋ ଓ ଖଜୁରି ଘାଣ୍ଟିଲା ପରେ ସେଥିରେ ଚିନି ପକାଯାଏ । ୧୦ ମିନିଟ୍‍ ପରେ ସେଥିରେ ନଡ଼ିଆ କୋରା ଓ ଧନିଆପତ୍ର ପକାଇ ଚୁଲିରୁ କଢ଼ା ହୋଇ ପ୍ରସ୍ତୁତ ହୋଇଯାଏ ଟମାଟୋ ଖଜୁରି ଖଟା ।