Non-Vegetarian Other Regional Foods

ଚିକେନ୍ ବିରିଆନି

ଉପକରଣ – ୧୫୦୦-ଗ୍ରାମ୍ ଚିକେନ, ୭୫୦ ଗ୍ରାମ-ବାଲାମୀ ଚାଉଳ, ପିଆଜ୫୦୦ ଗ୍ରାମ୍, ଅଦା-୧୦୦ ଗ୍ରାମ୍, ରସୁଣ-୧୦୦ ଗ୍ରାମ, ପୋଦିନା ପତ୍ର-୧ ବିଡ଼ା, କାଜୁ୧୦୦ ଗ୍ରାମ୍, ଖିସ୍ମିସ୍-୫୦ ଗ୍ରାମ, ତେଲ-୫୦୦ ଗ୍ରାମ୍, ଆବଶ୍ୟକ ଅନୁସାରେ ହଳଦୀ ଗୁଣ୍ଡ, ଲୁଣ, ଲଙ୍କା ଗୁଣ୍ଡ, ଜାଇତ୍ରୀ, ଜାଇଫଳ, ମିଟ୍ ମସଲା, ଅଳେଇଚ, ଗୁଜୁରାତି, ଗୁଆ ଘିଅ, ଲବଂଗ ଓ ଗୋଲମରିଚ ନେବେ ।

ପ୍ରସ୍ତୁତି – ପ୍ରଥମେ ଚାଉଳ ଭଲଭାବେ ଧୋଇ ଶୁଖାଇ ଦେବେ । ଚାଉଳକୁ ଭାଜି ଦୁଇଗୁଣ ପାଣି ଦେବେ । ଏଥିରେ ଗୋଲମରିଚ ଓ ଲବଂଗ ଦେବେ । ପାଣି ଫୁଟିଗଲା ପରେ ଆଞ୍ଚ କମାଇ ଦେବେ । ଅନ୍ୟ ଏକ ପାତ୍ରରେ ପିଆଜ କାଟି ଭାଜିକରି ରଖିବେ । ଗରମ ତେଲରେ ମସଲା କଷିବେ । ମସଲା ପ୍ରସ୍ତୁତ ହୋଇଗଲେ ଲୁଣ ଓ ମିଟ୍ ମସଲା ପକାଇଲା ପରେ ସେଥିରେ ଚିକେନ୍ ପକାଇ ଭଲକରି କଷିବେ । ଚିକେନ୍ ସିଝିଗଲା ବେଳକୁ ଟାଣ ଟାଣ ଭାତ ବିଛାଇ ତା’ଉପରେ ପକାଇବେ । ଏଥିରେ ପୋଦିନା ପତ୍ର କଟା, ମସଲା ଗୁଣ୍ଡ, ଘିଅ, କାଜୁ ଓ ଖିସ୍ମିସ୍ ପ୍ରଭୃତି ପକାଇ ଘାଣ୍ଠି ଦେବେ । ଏଥର ଚିକେନ୍ ବିରିଆନି ପ୍ରସ୍ତୁତି ହୋଇଗଲା ।

Leave a Reply

error: Content is protected !!