ଚିତଉ ପିଠା
Pure Vegetarian Uncategorized

ଚିତଉ ପିଠା

ଉପକରଣ
– ନୂଆ ବାସନା ଅରୁଆ ଚାଉଳ ଅଧକେଜି,
– ଅଧାଧୁଆ ନଡ଼ିଆ ୧ଟା (କଅଁଳ ନଡ଼ିଆ),
– ସାମାନ୍ୟ ଲୁଣ ଦୁଇଚାମଚ
– ତେଲ ବା ଘିଅ

ପ୍ରଣାଳୀ
ଚାଉଳକୁ ଧୋଇ ପରିଷ୍କାର କରି ୩/୪ ଘଣ୍ଟା ପାଣିରେ ବତୁରାଇ ଦିଅ । ନଡ଼ିଆକୁ କୋରି ଚାଉଳ ସହ ମିଶାଇ ଚିକଣ କରି ବାଟିଦିଅ । ଆଣ ଟିକେ ବହଳିଆର ହେବ ସରୁ ଚକୁଳି ଆଣଠାରୁ । ତାୱା ବା କରେଇ ଗ୍ୟାରେ ବସାଇ ଗରମ କରି ସେଥିରେ ସାମାନ୍ୟ ତେଲ ଘସିଦିଅ । ଗିନାରେ ବା କପରେ ଏକ କପ୍ ଆଣ ସେ କରେଇରେ ଢ଼ାଳି ସଙ୍ଗେ ସଙ୍ଗେ ଏକ ନିବୁଜ ଢାଙ୍କୁଣି ଘୋଡ଼ାଇ ଦିଅ । ସେଇ ଢାଙ୍କୁଣି ଚାରିପଟେ ଲୁଗା ଧାଡ଼ିପରି ଖଣ୍ଡେ ଲମ୍ବ କନାକୁ ଓଦା କରି ଘେରାଇ ଦିଅ । ଜାଳ ଜୋର୍ କରିଦେବ । ଢ଼ାଙ୍କୁରି ଚାରିପଟ କନାରୁ ପାଣି ଶୁଖିଗଲେ କି ତାୱା କେଁ କେଁ ଶବ୍ଦ କମିଗଲେ କନା ଓ ଢାଙ୍କୁଣି କାଢ଼ିଦେବ ଓ ଲୁହା ଖଡ଼ିକା ସାହାଯ୍ୟରେ ପିଠାଟିକୁ ଚାରିପଟ ଛଡ଼ାଇ ଧୀର ଭାବେ ବାହାର କରିଦିଅ । ପୁଣି ତେଲକତା ଘସି ଆଉ ଥରେ କର । ଚିତଉ ପିଠା ଟାଣ ଲାଗିଲେ ବା ନ ଫୁଲିଲେ ସେଇ ଆଣରେ କପେ କ୍ଷୀର ମିଶାଇ ଦେଲେ , ଚିତଉ ନରମ ହୋଇ ମୁଲାୟମ ଲାଗେ ।

error: Content is protected !!