ବଥୁଆ ଶାଗ
Uncategorized

ବଥୁଆ ଶାଗ

ଉପକରଣ
– ବଥୁଆ ଶାଗ ଦୁଇବିଡ଼ା ବଥୁଆ ଶାଗ ( ଓଜନରେ ୨୦୦ ଗ୍ରାମ୍)
-କଖାରୁ ୫୦ ଗ୍ରାମ,
-୭/୮ କୋଲା ରସୁଣ,
-ଦୁଇଟା କଞ୍ଚାଲଙ୍କା,
-୧ ଚାମଚ ଜୀରା,
-ଶୋରିଷ ଓ କିଛି ତେଲ,
-ଆବଶ୍ୟକୀୟ ଲୁଣ

ଏହି ଶାଗକୁ ବାଛି ଡାଙ୍ଗ ଗୁଡ଼ିକ ବାହାର କରିଦିଅ ଏବଂ ଧୋଇସାରି କାଟିଦିଅ । କଖାରୁକୁ ଛୋଟ ଛୋଟ ଖଣ୍ଡ କରି କାଟି ଧୋଇକରି ରଖ । ରସୁଣ ଛଡ଼ାଇ ଛେଚି କରି ରଖ ।

କରେଈରେ ତେଲ, ଫୁଟଣ ଫୁଟାଇ କଖାରୁ ପକାଅ ଓ ତାପରେ ଶାଗ ପକାଇ ଲୁଣ ଦେଇ ଘାଣ୍ଟିଦିଅ ଏବଂ ଢାଙ୍କୁଣି ଦେଇ କିଛି ସମୟ ଧୀର ଜାଳରେ କର । କଖାରୁ ସିଝିଗଲେ ସେସବୁକୁ ଘାଣ୍ଟିଦିଅ ଓ କରେଇରୁ ଶାଗକୁ ଆଡ଼େଇ ଦେଇ ମଝିରେ ଆଉ ଦୁଇଚାମଚ ତେଲ ଓ ରସୁଣ ଛେଚାକୁ ପକାଇ ଟିକେ ଘାଣ୍ଟିଦିଅ ଓ ଗରମ ଥିବା ଅବସ୍ଥାରେ ଏହାକୁ ବ୍ୟବହାର କର ।

ବଥୁଆ ଶାଗ 1


error: Content is protected !!