Non- Vegetarian

ଦହି ମାଛ

ଉପକରଣ – ବଡ଼ ମାଛ -୬ ପିସ୍, ଦହି-୬ଚାମୁଚ, ପିଆଜ-୨ଟା, ରସୁଣ- ୧୦ କୋଲା, ଜିରା-୨ ଚାମୁଚ, ଧନିଆ-୧ ଚାମୁଚ, ଲାଲ ଲଙ୍କା ଗୁଣ୍ଡ-୩ଚାମୁଚ, ହଳଦି-୩ଚାମୁଚ, ଧନିଆ ପତ୍ର-୨ବିଡ଼ା, ବିଲାତି ବାଇଗଣ-୧ଟା, କଞ୍ଚା ଲଙ୍କା-୬ଟି, ଲେମ୍ବୁରସ-୨ ଚାମୁଚ, ଆବଶ୍ୟକ ଅନୁସାରେ ଲୁଣ ଓ ତେଲ ନେବେ ।

ପ୍ରସ୍ତୁତି – ପ୍ରଥମେ ମାଛକୁ ଭଲ ଭାବରେ ଧୋଇ ସେଥିରୁ କାତି ସଫା କରି ଦିଅନ୍ତୁ । ଏଥିରେ ଲେମ୍ବୁରସ, ଲୁଣ ଓ ହଳଦୀ ପକାଇ ଏକ ଘଣ୍ଟା ରଖନ୍ତୁ । ଗରମ ତେଲରେ ମାଛକୁ ଲାଲ କରି ଭାଜି ଦିଅନ୍ତୁ । ରସୁଣ, ଜିରା, ସୋରିଷ ଓ ଧନିଆକୁ ଏକତ୍ର କରି ବାଟି ଦିଅନ୍ତୁ । ଗରମ ତେଲରେ ଫୁଟଣ ଫୁଟଗଲେ ବଟା ମସଲା କଷନ୍ତୁ । ଏଥିରେ ଲୁଣ ଓ ହଳଦୀ ପକେଇବାକୁ ଭୁଲିବେ ନାହିଁ । ଏହା ଟିକେ ଭାଜି ହୋଇଗଲେ । ଏଥିରେ ବିଲାତି ବାଇଗଣ ଓ ଲାଲ ଲଙ୍କା ପକେଇ କିଛି ସମୟ ପର୍ଯ୍ୟନ୍ତ ଭାଜନ୍ତୁ । ମସଲା ସଂପୂର୍ଣ୍ଣ ଭାଜି ହୋଇଗଲେ ସେଥିରେ ଦହି ଓ ଗୋଟା କଞ୍ଚାଲଙ୍କା (ଡ଼େମ୍ଫ ଛିଣ୍ଡେଇ) ପକେଇ ପାଞ୍ଚ ମିନିଟ ଭଲ କରି ଭାଜି ଦିଅନ୍ତୁ । ଶେଷରେ ମାଛ ପକେଇ ଭାଜି ତିନି କପ ପାଣି ଦେଇ ଦିଅନ୍ତୁ । ପାଣି ଫୁଟିଗଲେ ସେଥିରେ କଟା ଧନିଆ ପତ୍ର ପକେଇ ଓହ୍ଲେଇ ଦିଅନ୍ତୁ । ଏଥର ଦହି ମାଛ ପୁରା ପ୍ରସ୍ତୁତ ହୋଇଗଲା ।

Leave a Reply

error: Content is protected !!