|| ଆୟୁର୍ବେଦୋକ୍ତ ବିବିଧ ଭୋଜନ ଓ ଜଳପାନ ପାତ୍ରର ଗୁଣ ||
ଆମେ ପୂର୍ବକାଳର ରାଜାରାଜୁଡ଼ା ଓ ସମ୍ଭ୍ରାନ୍ତ ବ୍ୟକ୍ତିବିଶେଷଙ୍କର ସୁନାରୁପାଦିରେ ନିର୍ମିତ ଭୋଜନ ଓ ଜଳପାନ ପାତ୍ରର ବ୍ୟବହାର ସମ୍ବନ୍ଧରେ ଶୁଣିଛେ ଓ ମ୍ୟୁଜିୟମ ମାନଙ୍କରେ ମଧ୍ୟ ଦେଖିଛେ । ତେବେ ଆମେ ଏହାକୁ କେବଳ ସମ୍ଭ୍ରାନ୍ତତାର ଏକ ପରିପ୍ରକାଶ ବୋଲି ଭାବିଛେ । ଏହାର କାରଣ ହେଉଛି, ଆମେ ଜାଣିଛେ ଯେ ସୁନାରୁପାଦି ମୂଲ୍ୟବାନ ଧାତୁ ସାଧାରଣତଃ ଅଳଙ୍କାରାଦି ଆଭୂଷଣ ପାଇଁ ବ୍ୟବହୃତ ହୋଇଥାଏ ଓ ଖାଦ୍ୟପାନାଦିରେ ଏହା ବଦଳରେ ସ୍ୱଳ୍ପ ମୂଲ୍ୟବାନ ପଦାର୍ଥରେ ନିର୍ମିତ ବାସନକୁସନର …










