Non- Vegetarian

ଅଣ୍ଡା କୁର୍ମା

ଉପକରଣ – ଅଣ୍ଡା-୮ଟା, ପିଆଜ-୪ଟା, ଲବଂଗ-୨ଟା, ଗୁଜୁରାତି-୪ଟା, ତେଲ – ୧କପ, ବିଲାତି ବାଇଗଣ-୨ଟା, ଶୁଖିଲା ଲଙ୍କା-୭ଟି, ରସୁଣ-୬ ପାଖୁଡ଼ା, ଧନିଆ-୧ ଚାମୁଚ, ପୋସ୍ତକ-୧ ଚାମୁଚ, ଦରକାର ମୁତାବକ ଲୁଣ ଓ ହଳଦି ନେବେ ।

ପ୍ରସ୍ତୁତି – ପ୍ରଥମେ ଅଣ୍ଡାକୁ ସିଝାଇ ଏହାର ଖୋଳପା ବାହାର କରିଦେବେ । ଅଣ୍ଡାକୁ ଦୁଇ ଖଣ୍ଡ କରି ରଖିବେ । ୨ଟି କଟା ପିଆଜ ଓ ବାକି ସବୁ ବଟା ମସଲା ତିଆରି କରି ରଖନ୍ତୁ । ବିଲାତି ବାଇଗଣକୁ ଛୋଟ ଛୋଟ କାଟି ରଖନ୍ତୁ। ଗରମ ତେଲରେ ପିଅଜକୁ ଭାଜି ଲାଲ କରି ଦିଅନ୍ତୁ । ପିଆଜ ଲାଲ ହୋଇଗଲେ ସେଥିରେ ବଟା ମସଲାକୁ ପକାଇ ଭଲ କରି ଭାଜି ଦିଅନ୍ତୁ । ବଟା ମସଲା ଭାଜି ହୋଇଗଲେ ଏଥିରେ ଅଣ୍ଡା ଖଣ୍ଡ ଗୁଡ଼ିକୁ ପକାଇ ଗୋଳେଇ ଦିଅନ୍ତୁ । ଏଥର ଅଣ୍ଡା କୂର୍ମା ପ୍ରସ୍ତୁତ ହୋଇଗଲା ।

Leave a Reply

error: Content is protected !!