Vegetarian

ଫୁଲକୋବି ତରକାରୀ

ଉପକରଣ – ଗୋଟିଏ – ବଡ଼ ଫୁଲକୋବି, ଆଳୁ- ୬ଟି, ବିଲାତି ବାଇଗଣ୨ଟି, ଗୁଜୁରାତି-୪ଟି, ତେଜପତ୍ର-୫ଟି, ହଳଦିଗୁଣ୍ଡ-ଅଧ ଚାମୁଚ, ଅଦା-ଛେଟ ଖଣ୍ଡ, ପିଆଜ-୪ଟି, ରସୁଣ-୨ଟି, ଗରମ ମସଲା ଗୁଣ୍ଡା-୩ଚାମୁଚ, ଅଳ୍ପ ଡ଼ାଲିଚିନି କଟା ଧନିଆ ପତ୍ର-୨ ଚାମୁଚ, ଦରକାର ଅନୁସାରେ ଲୁଣ ଓ ତେଲ ନେବେ ।

ପ୍ରସ୍ତୁତି – ଫୁଲକୋବିକୁ କାଟି ଛୋଟ ଛୋଟ କରି ଦିଅନ୍ତୁ । ଆଳୁ କାଟି ଛୋଟ ଛୋଟ କରି ଦିଅନ୍ତୁ । ଆଳୁ ଓ ଫୁଲକୋବି ସହିତ ଲୁଣ ଏବଂ ହଳଦି ମିଶାଇ ସିଝାଇ ଦିଅନ୍ତୁ । ଗରମ ତେଲରେ ଆଳୁ ଓ ଫୁଲକୋବି ମିଶାଇ ଭାଜି ଅଲଗା ଅଲଗା ରଖନ୍ତୁ । ଗରମ ତେଲରେ ଅଛ ଚିନି ପକାଇ ଲାଲ କରନ୍ତୁ । ଏଥିରେ ତେଜପତ୍ର, ଗୁଜୁରାତି ଓ ଡ଼ାଲିଚିନି ପକାଇ ଭାଜନ୍ତୁ । ଏଥିରେ କଟା ପିଆଜ ପକାଇ ବାଦାମୀ ରଙ୍ଗ ହେଲା ପର୍ଯ୍ୟନ୍ତ ଭାଜନ୍ତୁ । ତା’ପରେ ଏଥିରେ ଅଦା ଓ ରସୁଣ ବଟା ପକାଇ କଷନ୍ତୁ ।- ଅଳ୍ପ ସମୟପରେ ସେଥିରେ କଟା ବିଲାତି ବାଇଗଣ, ହଳଦି ଗୁଣ୍ଡ ଓ ଗରମ ମସଲା ଗୁଣ୍ଡ ପକାଇ କଷି ଦିଅନ୍ତୁ । ସେଥିରେ ଦରକାର ଅନୁସାରେ ଭଜା କୋବି ଓ ଆଳୁକୁ । ପକାଇ ଗୋଳାଇ ଘୋଡ଼ାଇ ଦିଅନ୍ତୁ । ଏହା ଅଳ୍ପ ଆଞ୍ଚରେ ୨୦ ମିନିଟ୍ ରହିବ । ତା’ପରେ ତରକାରୀ ପ୍ରସ୍ତୁତ ହୋଇଗଲେ କଟା ଧନିଆ ପତ୍ର ପକାଇ ଓହ୍ଲାଇ ଦିଅନ୍ତୁ । ଏଥର ଫୁଲକୋବି ତରକାରୀ ପ୍ରସ୍ତୁତ ହୋଇଗଲା ।

Leave a Reply

error: Content is protected !!