Non-Vegetarian Other Regional Foods

ଅଣ୍ଡା ବିରିଆନି

ଉପକରଣ – ବାଲାମୀ ଚାଉଳ-୨୫୦ ଗ୍ରାମ, ଅଣ୍ଡା-୬ଟା, ପିଆଜ ବଡ଼-୪ଟା, ପୋଦିନା ପତ୍ର-୧ ବିଡ଼ା, ଲବଂଗ-୧୦ ଟା, ଗୋଲମରିଚ -୨୦ ଟା (ଗୋଟା), ଗୋଲମରିଚ ଗୁଣ୍ଡ ୧ଚାମୁଚ, ତେଲ-୧୦୦ଗ୍ରାମ, ଆବଶ୍ୟକ ଅନୁଯାୟୀ ଲୁଣ ଓ ହଳଦି ଗୁଣ୍ଡ ନେବେ ।

ପ୍ରସ୍ତୁତି – ପ୍ରଥମେ ଅଣ୍ଡାକୁ ଭାଙ୍ଗି ଲୁଣ ପକାଇ ଏହାକୁ ଫେଣ୍ଟିବେ । ଗରମ ତେଲରେ ଏହାକୁ ଭାଜି (ଛୋଟ ଛୋଟ) ଭୂଜିଆ ପ୍ରସ୍ତୁତ କରି ରଖିବେ । ଗରମ ତେଲରେ ପିଆଜ ଲମ୍ବା ଲମ୍ବା ସରୁସରୁ କାଟି ଭାଜି ରଖିବେ । ଚାଉଳକୁ ଧୋଇ ଶୁଖାଇ ତେଲରେ ଭାଜି ଦେବେ । ତା’ପରେ ଚାଉଳର ଅନୁପାତରେ ୨ ଗୁଣା ପାଣି ଦେଇ ଦିଅନ୍ତୁ । ସେଥିରେ ଲୁଣ, ହଳଦି, ଲବଙ୍ଗ ଓ ଗୋଲମରିଚ ପକାଇ ଦେବେ । ପାଣି ଫୁଟି ଗଲା ପରେ ଏହାର ଆଚକୁ କମାଇ ଦେବେ । ଭାତ ଟାଣ ଟାଣ ଥିବ ସେଥିରେ ଅଣ୍ଡା ଭୂଜିଆ, ଭଜା ପିଆଜ, କଟା ପୋଦିନା ଓ ଗୋଲମରିଚ ଗୁଣ୍ଡ ପକାଇ ଭଲ କରି ଗୋଳାଇ ଦେବେ । ଅଣ୍ଡା ବିରିଆନି ତିଆରି ହୋଇଗଲେ ଏହାକୁ ଆଣି ପରିବେଷଣ କରିବେ ।’

Leave a Reply

error: Content is protected !!