Non- Vegetarian

ମାଛ ଛିଞ୍ଚଡ଼ା

ଉପକରଣ – ଆବଶ୍ୟକ ଅନୁସାରେ ମାଛ, ଆଳୁ, ବାଇଗଣ, କଖାରୁ, ପୋଇ, ଅଦା, ରସୁଣ, ଜିରା, ଧନିଆ, ଲଙ୍କା, ହଳଦି, ତେଲ ଓ ଲୁଣ ନେବେ ।

ପ୍ରସ୍ତୁତି – ପ୍ରଥମେ ପରିବାକୁ ସବୁ ଧୋଇ ଲମ୍ବା ଲମ୍ବା କଟା ହେବ । ମାଛକୁ ଲୁଣ ଓ ହଳଦି ମିଶାଇ ଭଲ କରି ଭାଜି ଖଣ୍ଡ ଖଣ୍ଡ କରାହୋଇ ଅଲଗା ରଖିବେ । ପିଆଜ, ଅଦା, ରସୁଣ, ଜିରା, ଧନିଆ ଓ ଲଙ୍କାକୁ ଭଲ କରି ବାଟି ରଖିବେ । ମାଛ ଭାଜି ସାରିବା ପରେ ସେହି ତେଲରେ ମସଲାକୁ ଭଲ କରି ଭାଜି ଦେବେ । ମସଲାରେ ଆବଶ୍ୟକ ଅନୁସାରେ ଲୁଣ ଓ ହଳଦି ପକେଇବେ । ମସଲା ପ୍ରସ୍ତୁତ ହୋଇଗଲେ କଣ୍ଟା ବିହୀନ ମାଛକୁ ସେଥିରେ ପକାଇ ଆବଶ୍ୟକ । ପାଣି ଦେଇ ଘୋଡ଼ାଇ ଦେବେ । କିଛି ସମୟ ପରେ ଏହା ପ୍ରସ୍ତୁତ ହୋଇଗଲେ ଏହାକୁ ଓହ୍ଲାଇ ଦେବେ । ଏଥର ମାଛ ଛିଞ୍ଚଡ଼ା ପ୍ରସ୍ତୁତ ହୋଇଗଲା ।

Leave a Reply

error: Content is protected !!