Non- Vegetarian

ଚିକେନ୍ ମାଞ୍ଚୁରିଆନ୍

ଉପକରଣ – ହାଡ଼ ନଥୁବା ଚିକେନ-୧୦୦ଗ୍ରାମ, କର୍ଣ୍ଣଫୋର- ୧୬ ଚାମୁଚ, ଅଜିନ ମଟୋ ଦରକାର ଅନୁସାରେ, ହଳଦୀ-୨ ଚାମୁଚ, ଲଙ୍କା ଗୁଣ୍ଡ-୧ ଚାମୁଚ, ଗୋଲମରିଚ ଗୁଣ୍ଡ – ୨ ଚାମୁଚ, ଅଣ୍ଡା-୨ଟି, ଚିଲି ସସ୍-୮ ଚମୁଚ, ସୋୟାସସ୍-୪ଚାମୁଚ, ଭିନେଗାର-୪ଚାମୁଚ, ଦ୍ବାଇଟ ପିପର-୨ ଚାମୁଚ, କଟା ରସୁଣ-୪ଚାମୁଚ, ଦରକାର ଅନୁସାରେ ତେଲ, ଲୁଣ, ଅରେଞ୍ଜରେଡ଼୍ କଲର ଓ ପାଣି ନେବେ ।
ପ୍ରସ୍ତୁତି-ପ୍ରଥମେ ଚିକେନ୍‌କୁ ଛୋଟ ଛୋଟ ପିସ୍ କରି ପରିଷ୍କାର ଭାବରେ ଧୋଇ ଛାଣି ରଖିବେ । ଗୋଟିଏ ପାତ୍ରରେ କର୍ଣ୍ଣ ଫୋର, ଅଜିନ ମଟୋ, ହଳଦି, ଲଙ୍କା ଗୁଣ୍ଡ ଓ ଗୋଲମରିଚ ଗୁଣ୍ଡ ପକାନ୍ତୁ । ଏଥିରେ ଅଣ୍ଡାକୁ ଭାଙ୍ଗି ସ୍ବାଦ ଅନୁସାରେ ଲୁଣ ଓ ପାଣି ମିଶାଇ ଗୋଳାନ୍ତୁ । ଚିକେନ୍ ପିସ୍‌କୁ ଏଥିରେ ଗୋଳାଇ ଗରମ ତେଲରେ ଛାଣନ୍ତୁ । ଗରମ କରେଇରେ ୪ଚାମୁଚ ତେଲ ଦେଇ କଟା ରସୁଣ ଓ ଆମ୍ବ କଷିଆ ଅଦା ପକାଇ ଭାଜି ଏଥିରେ ଟମାଟୋ ସସ୍, ସୋୟା ସସ୍, ଚିଲି ସସ୍ ଓ ଭିନେଗାର ପକାନ୍ତୁ । ଚାରି କପ ପାଣି ଢ଼ାଳି ହ୍ରାଇଟ ପିପର ଓ କଲର ମିଶ୍ରଣକୁ ଭଲ କରି ଘାଣ୍ଟନ୍ତୁ । ସ୍ବାଦ ଅନୁସାରେ ଲୁଣ ଓ ଧନିଆ ପତ୍ର ଗୁଣ୍ଡ ଦେଇ ଚିକେନ୍ ପିସ୍‌କୁ ପକାଇ ୧୦ ମିନିଟ ଫୁଟିଲା ପରେ ଏହାକୁ ଓହ୍ଲାଇ ଦିଅନ୍ତୁ । ଏଥର ଚିକେନ୍ ମାଞ୍ଚୁରିଆନ୍ ପ୍ରସ୍ତୁତ ହୋଇଗଲା ।

Leave a Reply

error: Content is protected !!