Non- Vegetarian

ଚିକେନ୍ ତରକାରୀ

ପ୍ରସ୍ତୁତି – ୨ କିଲୋ ଚିକେନ୍‌କୁ ୩୨ ଖଣ୍ଡରେ କାଟି ପରିଷ୍କାର କରିବେ । ସେଥିରେ ବଟା ଅଦା ଓ ରସୁଣ ୨୦ ଗ୍ରାମ୍, ଦହି ୨୦ ଗ୍ରାମ, ସୋରିଷ ତେଲ, ୨୦ ଗ୍ରାମ୍ ଓ ଆବଶ୍ୟକ ଅନୁସାରେ ଲୁଣ ଗୋଳାଇ ୩୦ ମିନିଟ୍ ପର୍ଯ୍ୟନ୍ତ ରଖିବେ । ଗରମ କରେଇରେ ୧୮୦ ଗ୍ରାମ୍ ତେଲ ପକାଳୁ ସେଥିରେ ୪୦୦ ଗ୍ରାମର କଟା ଆଳୁ ଭାଜି ଅଲଗା ରଖିବେ । ତା’ପରେ ୫୦୦ ଗ୍ରାମର କଟା ପିଆଜ ଭଲ କରି ଭାଜିବେ । ପିଆଜ ବାଦାମ ର°ଗ ହେଲା ପରେ ସେଥିରେ ବଟା ଅଦା ରସୁଣ ୮୦ ଗ୍ରାମ୍, ହଳଦୀ ଗୁଣ୍ଡ ୨୦ ଗ୍ରାମ୍ ଓ ବଟା ଧନିଆ ୫୦ ଗ୍ରାମ୍ ଦେଇ ଭଲ କରି ଭାଜିବେ ।

୧୦ ମିନିଟ୍ ପରେ ବଟା ପିଆଜ ୫୦୦ ଗ୍ରାମ ସେଥିରେ ପକାଇ ଭଲ କରି ଭାଜିବେ । ମସଲାରୁ ତେଲ ଅଲଗା ଦେଖା ଯିବା ପରେ ପୂର୍ବରୁ ପ୍ରସ୍ତୁତ କରିଥିବା ଚିକେନ୍‌କୁ ଏଥିରେ ପକାଇ ଭଲ କରି ଘାଣ୍ଟିବେ । ୨୦ ମିନିଟ୍ ଏପରି ଘାଣ୍ଟିଲା ପରେ ୫୦୦ ଗ୍ରାମର କଟା ବିଲାତି ବାଇଗଣ ଓ ପୂର୍ବରୁ ଆଳୁ ଭଜା ଏଥିରେ ପକାଇ ଆହୁରି ଘାଣ୍ଟିବେ । ଗରମ ପାଣି ୨ ଲିଟର ଦେବେ । ଗରମ ମସଲା ୨୦ ଗ୍ରାମ୍ ଓ ଆବଶ୍ୟକ ପରିମାଣର ଲୁଣ ଦେଇ ଭଲ କରି କଷିବେ । ଏହା ୨୦ ମିନିଟ୍ ଫୁଟିଲା ପରେ ସେଥିରେ ଗୁଆ ଘିଅ ଦେଇ ତଳକୁ ଓହ୍ଲାଇ ଦେବେ । ବର୍ତମାନ ଚିକେନ୍ ତରକାରୀ ପ୍ରସ୍ତୁତ ହୋଇଗଲା ।

Leave a Reply

error: Content is protected !!