Non-Vegetarian Other Regional Foods

ହାଇଦ୍ରାବାଦୀ ମାଛ

ଉପକରଣ – ବଡ଼ ମାଛ -୨ କିଲୋ, ପୋସ୍ତକ-୪ଚାମୁଚ, ଧଳା ରାଶି-୮ଚାମୁଚ, ପିଆଜ୮ଟି, ଧନିଆ-୪ଚାମୁଚ, ଶୁଖିଲା ଲଙ୍କା-୮ଟି, ଜିରା-୨ ଚାମୁଚ, ଗୋଟେ ନଡ଼ିଆ, ଆବଶ୍ୟକ ଅନୁସାରେ ହେଗୁ, ତେନ୍ତୁଳି, ଫୁଟଣ ଓ ଏକ ଚାମୁଚ ହଳଦି ନେବେ ।

ପ୍ରସ୍ତୁତି – ପ୍ରଥମେ ମାଛକୁ ଧୋଇ କାତି ବାହାର କରି ପିସ୍ କରି କାଟି ଦିଅନ୍ତୁ । ମାଛରେ ଲୁଣ ଓ ହଳଦି ଗୋଳାଇ ରଖନ୍ତୁ । ଛଅ କପ ପାଣିରେ ତେନ୍ତୁଳିକୁ ବତୁରାଇ ଦିଅନ୍ତୁ । ନଡ଼ିଆ କୋରା, ପେସ୍ତା, ରାଶି, ଶୁଖିଲା ଲଙ୍କା ଓ ପିଆଜକୁ କାଟି ଅଳ୍ପ ପାଣି ପକାଇ ଭଲ କରି ଗ୍ରାଇଣ୍ଡି କରି ଦିଅନ୍ତୁ । ଗରମ ତେଲ କରେଇରେ ଚିନି ପକାଇ ଲାଲ ହୋଇଗଲେ ଜିରା ଫୁଟଣ ପକାଇ ବଟା ହୋଇଥିବା ମସଲାକୁ ସେଥିରେ ପକାନ୍ତୁ । ମସଲା ଭଲ କରି ଭାଜି ହୋଇଗଲେ ସେଥିରେ ତେନ୍ତୁଳି ରସ ଦେଇ ମାଛ ପକାନ୍ତୁ । ଦରକାର ଅନୁସାରେ ହେ°ଗୁ ପକାଇ ଭଲ କରି ଘାଣ୍ଟି ଦିଅନ୍ତୁ । ବର୍ତମାନ ହାଇଦ୍ରାବାଦୀ ମାଛ ତରକାରୀ ପ୍ରସ୍ତୁତ ହୋଇଗଲା ।

Leave a Reply

error: Content is protected !!