Non-Vegetarian Other Regional Foods

ପଞ୍ଜାବୀ ମାସ ତରକାରୀ

ଉପକରଣ – ୧ କିଲୋ-ମାଂସ, ୪ଟା-ପିଆଜ, ୪ ଟା-ବିଲାତି ବାଇଗଣ, ୨କପ-ଦହି, ଲଙ୍କା ଗୁଣ୍ଡ-୨ ଚାମୁଚ, ଧନିଆ ଗୁଣ୍ଡ-୨ ଚାମୁଚ, ଗରମ ମସଲା-୨ ଚାମୁଚ, ଧନିଆ ପତ୍ର ଗୁଣ୍ଡ – ୪ ଚାମୁଚ, ବଟା ଅଦା ଓ ରସୁଣ-୨ ଚାମୁଚ, ଘିଅ-୨ ଚାମୁଚ, ଆବଶ୍ୟକ ପରିମାଣରେ ହଳଦି ଓ ଲୁଣ ନେବେ ।

ପ୍ରସ୍ତୁତି – ପ୍ରଥମେ ମାଂସକୁ ଦହିରେ ପକାଇ ଏକ ଘଣ୍ଟା ରଖନ୍ତୁ । ଘିଅ ଗରମ କରି ଖାଲି ପିଆଜ ବଟା ସେଥିରେ ପକାନ୍ତୁ ଓ ଅଳ୍ପ ସମୟ ପରେ ବିଲାତି ବାଇଗଣ ସେହି ପିଆଜରେ ପକାଇ ଭଲକରି ଭାଜନ୍ତୁ । ତା’ପରେ ମାଂସ, ବଟା ମସଲା। ଲୁଣ ଓ ହଳଦି ପକାଇ କଷି ପାଣି ଦେବେ । ଏହା ସିଝିଗଲା ପରେ ଝୋଳ ବହଳିଆ ହୋଇଯିବ । ସେଥିରେ ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ ଓ ଧନିଆ ପତ୍ର ଗୁଣ୍ଡ ପକାଇ ଓହ୍ଲାଇ ଦିଅନ୍ତୁ । ଏଥର ପଞ୍ଜାବୀ ମାଂସ ତରକାରୀ ପ୍ରସ୍ତୁତ ଜୋହାଇଗଲା ।

Leave a Reply

error: Content is protected !!