Non-Vegetarian Other Regional Foods

ଚିକେନ୍ କାଶ୍ମିରୀ

ପ୍ରସ୍ତୁତି – ୨ କିଲୋ ଚିକେନକୁ ୮ ଖଣ୍ଡରେ ବିଭକ୍ତ କରି ଭଲ କରି ଧୋଇ ଛାଣିକି ରଖିବେ । ତା’ଉପରେ ଦହି ୪୦୦ ଗ୍ରାମ୍, କର୍ଣ୍ଣଫେମ୍ବର ୩୦୦ ଗ୍ରାମ୍, ମେଥି ପତ୍ର ୨୦ଗ୍ରାମ, ଚାଇନା ଲୁଣ ୧୦ ଗ୍ରାମ, ଲାଲ ରଙଗ ୨ ଗ୍ରାମ୍ ଓ ୪ଟା ଲେମ୍ବୁର ରସ ତା’ ଉପରେ ଚିପୁଡ଼ି ୨ ଘଣ୍ଟା ପର୍ଯ୍ୟନ୍ତ ରଖିବେ । ଗରମ କରେଇରେ ୫୦୦ ଗ୍ରାମ୍ ତେଲ ଗରମ କରି ସେଥିରେ ଛେଚା ପିଆଜ ୬୦୦ ଗ୍ରାମ୍ ଓ ଗୋଟା ଗରମ ମସଲା ୩୦ ଗ୍ରାମ୍ ଦେଇ ଭଲ କରି କଷିବେ । ଏହା ଲାଲ ରଙଗ ହେଲା ପରେ ସେଥିରେ ବଟା ଅଦା ରସୁଣ ୨୦୦ ଗ୍ରାମ ଓ ପାଣି ୨କପ ଦେଇ ୨୦ ମିନିଟ୍ ପର୍ଯ୍ୟନ୍ତ ଭଲ କରି ଭାଜିବେ । ତା’ପରେ ବଟା ଚାରମଗଜ ୩୦୦ ଗ୍ରାମ, ଲଙ୍କା ଗୁଣ୍ଡ ୩୦ ଗ୍ରାମ, ଗୋଟା କାକୁ ୧୦୦ ଗ୍ରାମ୍ ଓ ୧୦୦ ଗ୍ରାମ୍ ଖିସମିସ୍ ଦେବେ । ଏହା ଉପରେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଚିକେନ୍ ଓ ୪୦୦ ଗ୍ରାମ୍ ପାଣି ଦେଇ ଡ଼ାଙ୍କୁଣି ଦେଇ ଦେବେ । ୪୦ ମିନିଟ ପରେ ଦରକାର ମୁତାବକ ଲୁଣ ଦେଇ ଏହାକୁ ଗୋଳେଇବେ । ତରକାରୀ ଝୋଳ ମୋଟା ହୋଇଗଲା ପରେ ଚିକେନ୍ ମସା ପାଉଡ଼ର ୪୦ ଗ୍ରାମ୍ ଓ ଗୁଆଘିଅ ୧୦୦ ଗ୍ରାମ୍ ଦେଇ ଘାଣ୍ଟିବେ । ପ୍ରସ୍ତୁତ ତରକାରୀ ପ୍ଲେଟରେ ଦେଇ ଏହା ଉପରେ କାଶ୍ମିରୀ ସେଓ ୪୦୦ ଗ୍ରାମର ଗ୍ରେଟିଂ ଗୋଳାଇ ଦେବେ । ବର୍ତ୍ତମାନ ଚିକେନ କାଶ୍ମିରୀ ପ୍ରସ୍ତୁତ ହୋଇଗଲା ।

Leave a Reply

error: Content is protected !!