Non-Vegetarian Other Regional Foods

ମୁର୍ଗ ଜାଫରାନୀ

ଉପକରଣ – ଚିକେନ୍-୪୦୦ ଗ୍ରାମ୍, ଘିଅ-୫୦ ଗ୍ରାମ, ଗରମ ମସଲା-୨୫ ଗ୍ରାମ, ସିଝା, ପିଆଜ ବଟା-୧୦୦ ଗ୍ରାମ୍, ଅଦା ବଟା-୨୫ ଗ୍ରାମ୍, ରସୁଣ ବଟା-୨୫ ଗ୍ରାମ୍, କଟା କଞ୍ଚାଲଙ୍କା-୫ ଗ୍ରାମ୍, ଦହି-୧୦୦ ଗ୍ରାମ, ଚିକେନ୍ ମସଲା ପାଉଡ଼ର-୫ ଗ୍ରାମ୍, କାଜୁ ବଟା – ୫୦ ଗ୍ରାମ, ଗୁଜୁରାତି ଗୁଣ୍ଡ-୨ ଗ୍ରାମ, ସାଫ୍ରନ୍-୫ ଗ୍ରାମ, ସିଝା ଅଣ୍ଡା-୧ଟା, ଧନିଆ ପତ୍ର କଟା୫ ଗ୍ରାମ, ଦରକାର ଅନୁସାରେ ଲୁଣ ଓ ପାଣି ନେବେ ।
ପ୍ରସ୍ତୁତି – ପ୍ରଥମେ ଗରମ ଘିଅ କରେଇରେ ଗରମ ମସଲା ପକାଇ ଘାଣ୍ଟନ୍ତୁ । ତା’ପରେ ସିଝା, ପିଆଜ ବଟା ପକାଇ କଷନ୍ତୁ । ସେଥିରେ ଅଦା ବଟା, ରସୁଣ ବଟା ଓ କଞ୍ଚାଲଙ୍କା ଖଣ୍ଡ ପକାଇ ଭାଜନ୍ତୁ । କିଛି ସମୟ ପରେ ଭାଜିଲା ପରେ ସେଥିରେ ଦହି, ଲୁଣ ଓ କାଜୁ ବଟା ପକାଇ ଭାଜନ୍ତୁ । ମସଲାରୁ ତେଲ ବାହାରିବା ପର୍ଯ୍ୟନ୍ତ କଷନ୍ତୁ । ଚିକେନ୍‌କୁ ୪ଖଣ୍ଡ କରି ପକାନ୍ତୁ । ଆବଶ୍ୟକ ଅନୁସାରେ, ପାଣି ଦେଇ ଚିକେନ୍ ସିଝି ତେଲ ବାହାରିବା ପର୍ଯ୍ୟନ୍ତ ଗରମ କରନ୍ତୁ । ତା’ପରେ ଏଥିରେ ଚିକେନ୍ ମସଲା ଗୁଣ୍ଡ, ଗୁଜୁରାତି ଗୁଣ୍ଡ ଓ ସାଫ୍ରାନ୍ ପକାଇ ଅଳ୍ପ ଆଞ୍ଚରେ ଗୋଟିଏ ମିନିଟ ରଖନ୍ତୁ । ଏଥର ମୁର୍ଗ ଜାଫରାନୀ ପ୍ରସ୍ତୁତ ହୋଇଗଲା । ଏହାକୁ ପ୍ଲେଟରେ କଟା ସିଝା ଅଣ୍ଡା ଓ କଟା ଧନିଆ ପତ୍ର ଦେଇ ପରିବେଷଣ କରନ୍ତୁ ।

Leave a Reply

error: Content is protected !!