Non- Vegetarian

ଚିଲି ଚିକେନ୍

ଉପକରଣ – ହାଡ଼ ନଥିବା-୧ କିଲୋ ଚିକେନ, ଅଣ୍ଡା-୨ଟା, ରିଫାଇନ ତେଲ-୨୦୦ ଗ୍ରାମ, ପିଆଜ-୪୦୦ ଗ୍ରାମ୍, ରସୁଣ- ୧୨ କୋଲା, ଅଦା-୨ ଇଞ୍ଚର ଖଣ୍ଡେ, ଲଙ୍କା – ୭ଟା, ବିଲାତି ବାଇଗଣ ସସ୍-୧୦୦ଗ୍ରାମ୍, ଦହି-୪ ବଡ଼ ଚାମୁଚ, କର୍ଣ୍ଣଫୋର-୪ଚାମୁଚ, ହଳଦି ଗୁଣ୍ଡ-୧ ଚାମୁଚ, ଗରମ ମସଲା-୨ ଚାମୁଚ, ୧ ବିଡ଼ା-ଧନିଆ ପତ୍ର, ଆବଶ୍ୟକ ଅନୁସାରେ ଲୁଣ ଓ ପାଣି ନେବେ ।

ପ୍ରସ୍ତୁତି – ହାଡ଼ ନଥିବା ଚିକେନ୍‌କୁ ପରିଷ୍କାର କରି ଧୋଇ ପାଣି ଛାଣି ରଖିବେ । ସେଥିରେ ଲୁଣ, ହଳଦି ଗୁଣ୍ଡ, ଦହି, ଅଣ୍ଡା ଓ କର୍ଣ୍ଣଫୋର ଗୋଳାଇ ଏକ ଘଣ୍ଟା ପର୍ଯ୍ୟନ୍ତ ଫ୍ରିଜରେ ରଖନ୍ତୁ । ପିଆଜ, ରସୁଣ, ଅଦା ଓ ଲଙ୍କାକୁ ଭଲ କରି ବାଟି ଦିଅନ୍ତୁ । ଗରମ ତେଲ କରେଇରେ ସରୁ ସରୁ ପିଆଜ ପକେଇ ଭାଜି ଦିଅନ୍ତୁ । ତା’ପରେ ଏଥିରେ ବଟା ମସଲା ପକାଇ ଭଲ କରି ଗୋଳାଇ ଦିଅନ୍ତୁ । ସେଥିରେ ଚିକେନ୍ ପକାଇ ଭଲ କରି ଘାଣ୍ଟି ଦେବେ । ଏଥିରେ ଏକ କପ ପାଣି ଦେଇ ଘୋଡ଼ାଇ ଦିଅନ୍ତୁ । ଚିକେନ୍ ସିଝି ତରକାରୀ ଫୁଟିଲେ । ଏହାକୁ ତଳକୁ ଓହ୍ଲାଇ ଦେବେ । କଟା ଧନିଆ ପତ୍ର ଓ ଗରମ ମସଲା ପକାଇ ଚିକେନକୁ ପରିବେଷଣ କରନ୍ତୁ ।

Leave a Reply

error: Content is protected !!