କାକରା ପିଠା
Food For Fasting Pure Vegetarian

କାକରା ପିଠା


ଉପକରଣ : ଅରୁଆ ଚାଉଳ ୪୦୦ ଗ୍ରାମ୍, ଗହମ ୨୦୦ ଗ୍ରାମ୍, ଗୁଡ଼ ୨୦୦ ଗ୍ରାମ୍, ଗୁଆଘିଅ ୪୦୦ ଗ୍ରାମ୍ ଓ ଆବଶ୍ୟକ ଅନୁସାରେ ପାଣି ନେବେ ।

ପ୍ରସ୍ତୁତି : ଅରୁଆ ଚାଉଳ ଓ ଗହମକୁ ପରିଷ୍କାର ଭାବେ ସଫା କରି ଚୁନା କରିଦେବେ । ଏହାକୁ ଗୋଳାଇ ରଖିବେ । ଗରମ ପାତ୍ରରେ ଗୁଡ଼ିକୁ ପକାଇ ପାଣି ଶୁଖୁଲା ପର୍ଯ୍ୟନ୍ତ ଘାଣ୍ଟନ୍ତୁ । ଗୁଡ଼ ଅଠାଳିଆ ହୋଇ ପାଣି ଶୁଖୁଗଲେ ଏହି ଚାଉଳ ଓ ଗହମ ମିଶ୍ରିତ ଚୁନାକୁ ସେଥିରେ ଅଳ୍ପ ଅଳ୍ପ କରି ପକାନ୍ତୁ । ପୂରା ଚୁନା ଏକାଠି ପକାଇଦେବେ ନାହିଁ । ଗୁଡ଼ ପାଗରେ ଭଲ କରି ଚୁନା ମିଶି ପାରିବ ନାହିଁ । ଏହା ହୋଇଗଲେ ଥଣ୍ଡା କରି ଭଲ କରି ଜନ୍ତି ଦିଅନ୍ତୁ ।

ଗରମ ଘିଅ ପାତ୍ରରେ ଏହି ଚାଉଳ ଓ ଅଟା ଜନ୍ତାକୁ କାକରା ପରି ଗଢ଼ି ଘିଅରେ ଛାଣନ୍ତୁ । ନଚେତ୍ ନିଜ ପସନ୍ଦରେ ଏହାକୁ ବେଲି ଛାଣନ୍ତୁ । ଏଥର କାକରା ପିଠା ପ୍ରସ୍ତୁତ ହୋଇଗଲା ।

error: Content is protected !!