Vegetarian

କଲରା ବରା

ଉପକରଣ – ବଡ଼ କଲରା-୫୦୦ ଗ୍ରାମ, ଛାଣିବା ପାଇଁ ତେଲ-୨୦୦ ଗ୍ରାମୀ, ଅରୁଆ ଚାଉଳ-୧ କପ, ବଟା ମସଲା (ପିଆଜ, ଅଦା, ରସୁଣ, ଲଙ୍କା ଓ ଜିରା) ୪ଚାମୁଚ ଓ ଦରକାର ଅନୁସାରେ ଲୁଣ ନେବେ ।

ପ୍ରସ୍ତୁତି –ପ୍ରଥମେ ଅଳ୍ପ ପାଣି ଓ ଲୁଣ ଦେଇ କଲରାକୁ ସିଝାଇ ଦିଅନ୍ତୁ । କଲରା ସିଝିଗଲେ ଏହାକୁ ଚକଟି ଦିଅନ୍ତୁ । ବଟା ମସଲା, ଅଳ୍ପ ଆଞ୍ଚରେ ଭାଜି ଏହି କଲରା ଚକଟାରେ ପକାଇ ଚକଟି ଦିଅନ୍ତୁ । ବତୁରା ଅରୁଆ ଚାଉଳ ସହିତ ପିଆଜ, ଲଙ୍କା, ଜିରା ଓ ରସୁଣ ଦେଇ ବାଟି ଗୋଳାଇ ଦିଅନ୍ତୁ । କଲରା ଚକଟାକୁ ବରା ଭଳି କରି ଏହି ଚାଉଳ ପିଠଉରେ ବୁଡ଼ାଇ ଗରମ ତେଲରେ ଭାଜି ଦିଅନ୍ତୁ । ଏଥର କଲରା ବରା ପ୍ରସ୍ତୁତ ହୋଇଗଲା ।

Leave a Reply

error: Content is protected !!