Vegetarian

କଦଳୀ ମଞ୍ଜା ଘାଣ୍ଟ

ଉପକରଣ – ଖଣ୍ଡେ-କଦଳୀ ମଞ୍ଜା (କଅଁଳ ହୋଇଥୁବା), ବାସୁମତୀ ଚାଉଳ –୧୦୦ଗ୍ରାମ୍, କୋରା ନଡ଼ିଆ-୧ କପ, କଞ୍ଚାଲଙ୍କା-୨ଟା, ଶୁଖିଲା ଲଙ୍କା-୨ଟି, ଜିରା୧ ଚାମଚ, ତେଜପତ୍ର-୨ଟି, ହଳଦିଗୁଣ୍ଡ-୧ ଚାମୁଚ, ଚିନି-୧ ଚାମୁଚ, ସୋରିଷ ତେଲ-୧୦୦ ଗ୍ରାମ୍ ଓ ଆବଶ୍ୟକ ଅନୁସାରେ ଲୁଣ ନେବେ ।

ପ୍ରସ୍ତୁତି- ପ୍ରଥମେ କଦଳୀ ମଞ୍ଜାର ଉପର ଅଂଶ ବାହାର କରି ଦେବେ । ଏହାର କଅଁଳ ଅଂଶକୁ ଆଣି ଟିକିଟିକି କରି କାଟିଦେବେ । ସେଥିରେ ଅଳ୍ପ ଲୁଣ ପକାଇ ଏହାକୁ ଭଲ ଭାବରେ ଚକଟି ସେଥିରୁ ପାଣି ବାହାର କରି ଦେବେ । ଗରମ ତେଲରେ ଜିରା, ଶୁଖିଲା ଲଙ୍କା ଓ ତେଜପତ୍ର ପକାଇ ଭାଜନ୍ତୁ । ଏହି ଭଜାରୁ ବାସ୍ନା ବାହାରିଲେ । ଏଥିରେ ଚାଉଳ ପକାଇ ସାମାନ୍ୟ ଲାଲ ହେବା ପର୍ଯ୍ୟନ୍ତ ଭାଜନ୍ତୁ । ତା’ପରେ ସେଥିରେ ମଞ୍ଜା, ହଳଦିଗୁଣ୍ଡ, ଚିନି ଓ କଞ୍ଚାଲଙ୍କା କାଟିକରି ପକାଇ କିଛି ସମୟ ପର୍ଯ୍ୟନ୍ତ କଷନ୍ତୁ । ପୁଣି ସେଥିରେ କୋରା ନଡ଼ିଆ ପକାଇ ଭଲକରି ଭାଜନ୍ତୁ । ଏହା ଭଲ କରି ଭାଜି ହୋଇଗଲା ପରେ ସ୍ବାଦ ଅନୁସାରେ ଲୁଣ ଓ ପାଣି ଦିଅନ୍ତୁ । କିଛି ସମୟ ଫୁଟିଲା ପରେ ପାଣି ଶୁଖିଗଲେ ଘିଅ ଓ ଗରମ ମସଲା ଦେଇ ଘାଣ୍ଟି ଦିଅନ୍ତୁ । ଏଥର କଦଳୀ ମଞ୍ଜା ଘାଣ୍ଟ ପ୍ରସ୍ତୁତ ହୋଇଗଲା ।

Leave a Reply

error: Content is protected !!