Vegetarian

ଛେନା ଦିଆ ବୁଟ ଡ଼ାଲି

ଉପକରଣ – ୪କପ୍-ବୁଟ ଡ଼ାଲି , ୨କପ୍-ଚିପୁଡ଼ା ଛେନା, ଅଟା-୨ ଚାମୁଚ, ପିଆଜ କଟା-୧ ଟା, ଅଦା-୧ ଇଞ୍ଚିର ଖଣ୍ଡ, ତେଜପତ୍ର-୪ଟି, ଚିନି-୨ ଚାମୁଚ କଞ୍ଚାଲଙ୍କା-୪ଟି, ଜିରା-୪ଚାମୁଚ, ଡ଼ାଲିଚିନି-୪ ଖଣ୍ଡ, ଲବଙ୍ଗ-୪ଟି, ଗୁଜୁରାତି-୪ଟି, ତେଲ-୪ ଟେବୁଲ ଚାମୁଚ, ଆବଶ୍ୟକ ପରିମାଣ ଅନୁଯାୟୀ ଲୁଣ ଓ ହଳଦି ନେବେ ।

ପ୍ରସ୍ତୁତି – ପ୍ରଥମେ ବୁଟ ଡ଼ାଲିକୁ ଲୁଣ ଓ ହଳଦି ମିଶାଇ ସିଝାଇବେ । କଞ୍ଚାଲଙ୍କାକୁ ମଝିରୁ ଫାଳ କରି (ସଂପୂର୍ଣ୍ଣ କାଟିବେ ନାହିଁ) ପକେଇବେ । ଅଦାକୁ ବାଟି ସେଥିରେ ପକାଇବେ । ଅଟା ଓ ଛେନା ଚକଟି ବରା ଭଳି ତିଆରି କରି ଛାଣି ରଖନ୍ତୁ । ଗରମ ତେଲର ଜିରା ଓ ତେଜପତ୍ର ଫୁଟାଇ ଡ଼ାଲିକୁ ବଘାରି ଦିଅନ୍ତୁ । ଡ଼ାଲିରେ ଛେନା ବରା ପକାନ୍ତୁ । ଏହାକୁ ପାଞ୍ଚ ମିନିଟ୍ ଫୁଟାଇ ଓହ୍ଲାଇ ଦିଅନ୍ତୁ । ସେଥିରେ ଡ଼ାଲିଚିନି ଗୁଣ୍ଡ, ଲବଙ୍ଗ ଗୁଣ୍ଡ, ଜିରା ଗୁଣ୍ଡ ଓ ଗୁଜୁରାତି ଗୁଣ୍ଡ ପକାଇ ପରିବେଷଣ କରନ୍ତୁ ।

error: Content is protected !!