Vegetarian

ମହୁର

ଉପକରଣ – ଆଲୁ- ୪ଟି, ଦେଶୀ ଆଲୁ- ୧୦ ୦ ଗ୍ରାମ, ବାଇଗଣ-୨ଟି, କଞ୍ଚା କଦଳୀ -୩ଟି, ବଡ଼ି-୭ଟି, ତେଜପତ୍ର-୩ଟି, ଶୁଖିଲା ଲଙ୍କା-୭ଟି, ଜିରା-୧ ଚାମୁଚ, ଗରମ ମସଲା-୧ ଚାମୁଚ, ତେଲ-୫ଚାମୁଚ (ବଡ଼), ଫୁଟଣ-୨ ଚାମୁଚ, ଦରକାର ଅନୁସାରେ ଲୁଣ ଓ ହଳଦି ନେବେ ।

ପ୍ରସ୍ତୁତି-ପ୍ରଥମେ ଆଳୁ, ଦେଶୀଆଳୁ, ବାଇଗଣ ଓ କଞ୍ଚା କଦଳୀକୁ ଭଲ କରି ଧୋଇ ଛୋଟ ଛୋଟ କାଟି ଦିଅନ୍ତୁ । ଲଙ୍କା ଓ ଜିରାକୁ ଭାଜି ଗୁଣ୍ଡ କରି ଦିଅନ୍ତୁ । କରେଇରେ ଆବଶ୍ୟକ ପରିମାଣରେ ପାଣିନେଇ କଟା ପରିବାକୁ ଲୁଣ ଓ ହଳଦି ମିଶାଇ ସିଝାଇ ଦିଅନ୍ତୁ । ଗରମ ତେଲରେ ବଡ଼ି ଭାଜି ଦିଅନ୍ତୁ । ବଡ଼ି ଭାଜି ହୋଇ ଥଣ୍ଡା ହେଲେ ଏହାକୁ ଖଣ୍ଡ ଖଣ୍ଡ କରି ରଖନ୍ତୁ । ଗରମ ତେଲରେ ଫୁଟଣ ଓ ତେଜପତ୍ର ପକାନ୍ତୁ । ଫୁଟଣ ଫୁଟିଗଲେ। ସେଥିରେ ସିଝା ପରିବା ଓ ବଡ଼ି ଭଜା ପକାଇ ଆବଶ୍ୟକ ପରିମାଣରେ ପାଣି ଦେଇ ଖଡ଼କିଦିଅନ୍ତୁ । ତରକାରୀରେ ପାଣି ବେଶୀ ରହିବା ଉଚିତ୍ ନୁହେଁ । ଏହା ଜୁକୁଜୁକିଆ ହେବା ଉଚିତ । ତରକାରୀ ଭଲ କରି ଫୁଟିଗଲେ ସେଥିରେ ଗରମ ମସଲା, ଜିରାଗୁଣ୍ଡ ଓ ଲଙ୍କାଗୁଣ୍ଡକୁ ଭଲକରି ଗୋଳେଇ ଦିଅନ୍ତୁ । ଏଥର ମହୁର ପ୍ରସ୍ତୁତ ହୋଇଗଲା ।

Leave a Reply

error: Content is protected !!