Vegetarian

ବୁଟ ଡାଲି ଓ ଶାଗ

ଉପକରଣ- ବୁଟଡାଲି-୨ କପ, କଟା ଶାଗ-୨କପ୍, ଅଦା-୩ଇଞ୍ଚର ଖଣ୍ଡେ, ଆଲୁ-୪ଟି, ବଡ଼ ବିଲାତି ବାଇଗଣ-୨ଟି, ଧନିଆ ଗୁଣ୍ଡ-୧ ଚାମୁଚ, ଲଙ୍କାଗୁଣ୍ଡ ୧ଚାମୁଚ, ହଳଦି ଗୁଣ୍ଡ-୧ ଚାମୁଚ, ତେଲ-୪ଚାମୁଚ ଓ ଦରକାର ଅନୁସାରେ ଲୁଣ ନେବେ।

ପ୍ରସ୍ତୁତି- ପ୍ରଥମେ ବୁଟ ଡାଲିକୁ ଭଲକରି ବତୁରାଇ ଦିଅନ୍ତୁ । ତା’ପରେ ତାକୁ ଭଲକରି ଧୋଇ ଦିଅନ୍ତୁ । ସେଥିରେ କଟାଶାଗ, କଟା ଆଳୁ, କଟା ବିଲାତି ବାଇଗଣ, ଲୁଣ, ହଳଦି ଓ ଆବଶ୍ୟକ ଅନୁସାରେ ପାଣି ପକେଇ ସିଝାଇ ଦିଅନ୍ତୁ । ଗରମ ତେଲ କରାଇରେ ଜିରା ଓ କଟା ଅଦା ପକାଇ ଭାଜନ୍ତୁ । କିଛି ସମୟ ପରେ ଧନିଆ ଗୁଣ୍ଡ ଓ ଲଙ୍କା ଗୁଣ୍ଡ ପକାଇ ସିଝା ପରିବା ସହିତ ଡାଲିକୁ ସେଥିରେ ଢାଳି ଦିଅନ୍ତୁ । ଏହାକୁ ଭଲକରି ଖଡ଼କି ଘୋଡ଼େଇ ଦେବେ । ଏହା ଫୁଟିଗଲେ ଏଥିରେ ଅଳ୍ପ କ୍ରିମ୍ ପକାଇ ଓହ୍ଲାଇ ପାରନ୍ତି । କ୍ରିମ୍ ନହେଲେ ମଧ୍ୟ ଚଳିବ । ଏଥର ବୁଟ ଡାଲି ଓ ଶାଗ ପ୍ରସ୍ତୁତ ।

error: Content is protected !!