ମଞ୍ଜା ରାଇ
Vegetarian

ମଞ୍ଜା ରାଇ

ଉପକରଣ
– ଚାଖଣ୍ଡେ ଲମ୍ବର ସଜ ମୂଳ ମଞ୍ଜା ଖଣ୍ଡ
– ୧ଟା ଆଳୁ
– ଛୋଟ କଖାରୁ ଖଣ୍ଡ
– ୧୦/୧୨ ଟା ବଡ଼ି
– ୩ଟି ପୁଆ ସାରୁ

ପ୍ରଣାଳୀ – ଆଳୁ ସାରୁ କଖାରୁକୁ କାଟି ଧୋଇ ରଖ । ମଞ୍ଜାରୁ ଉପର ଚୋପା ଛଡ଼ାଇ ଚକା ଚକା କରି ପତଳା ପତଳା କରି ଗୋଲ ଗୋଲ କରି କାଟିଲା ବେଳେ ଆଙ୍ଗୁଳିରେ ମଞ୍ଜାର ତନ୍ତୁ ସୂତା ଆଙ୍ଗୁଠିରେ ଗୁଡ଼ାଇ ବାହାର କରିଦିଅ ଓ ମଞ୍ଜାକୁ ସରୁ ସରୁ କରି ଗୁଣ୍ଡ କରି କାଟି । ତାପରେ ସେଥିରେ ଲୁଣ, ହଳଦୀ ପକାଇ ସାମାନ୍ୟ ହାତରେ ଦଳି ଦିଅ, ମଞ୍ଜା ନରମି ଯିବ । କରେଇରେ ତେଲ ଦେଇ ଜୀରା ଶୋରିଷ ଫୁଟାଇ ବଡ଼ି ଗୁଡ଼ିକୁ ଭାଜ ଓ କାଢ଼ି ରଖ । ସେଥିରେ ସବୁ ପରିବା ପକାଇ ବଡ଼ି ପକାଅ । ତାପରେ ହଳଦୀ ଲୁଣ ଦେଇ ଭଲ ଭାବେ ଘାଣ୍ଟି ଧୀର ଜାଳରେ କରେଇ ଘୋଡ଼ାଇକରି ବସାଅ । ମଞ୍ଜାରୁ ନିର୍ଗତ ହେଉଥିବା ପାଣିରେ ମଞ୍ଜା ଓ । ଅନ୍ୟ ପରିବା ସିଝି ଆସିଲା ବେଳକୁ ବଡି ଓ ବଟା ମସଲା ଦେଇ ୧ ମିନିଟ ଫଟାଇ ସାରିଲା ପରେ ମଞ୍ଜା ରାଇକୁ ଓହ୍ଲାଇ କରି ବାହାରେ ରଖ । ମଞ୍ଜା ବଡ଼ ଉପକାରୀ ଖାଦ୍ୟ ସାମଗ୍ରି । ଏଣୁ ତାକୁ ଯେପରି ହେଲେ ସପ୍ତାହକରେ ୨|୩ ଥର ଖାଇବା ପେଟ ପକ୍ଷେ ହିତ କାରକ ।



error: Content is protected !!