Vegetarian

ଘାଣ୍ଟ ତରକାରୀ

ଉପକରଣ – ଆଳୁ-୪୦୦ ଗ୍ରାମ୍, ବାଇଗଣ-୨୦୦ ଗ୍ରାମ୍, ସାରୁ-୧୦୦ଗ୍ରାମ, କଖାରୁ-୧୦୦ଗ୍ରାମ୍, କଞ୍ଚା କଦଳୀ-୨ଟା, ଲାଉ– ୧୦୦ ଗ୍ରାମ୍, ଜହ୍ନି-୧୦୦ ଗ୍ରାମ୍, ପାଣିକଖାରୁ-୧୦୦ଗ୍ରାମ୍, ଗୋଟାବୁଟ-୧୦୦ଗ୍ରାମ୍, ଗୋଟା ମୁଗ-୧୦୦ଗ୍ରାମ, ବୁଢ଼ା କାକୁଡ଼ି-୧୦୦ ଗ୍ରାମ, ଫାଳ ନଡ଼ିଆ, ଝୁଡ଼ଙ୍ଗ-୫୦ଗ୍ରାର୍ମ, ଖଡ଼ା ଛୋଟ ଗଛ-୧ଟା, ଓଉ ଫଳେ, ପୋଇ ଡ଼ଙ୍କ-ଛୋଟ ଖଣ୍ଡେ, ଫୁଟଣ-୨ ଚାମୁଚ, ପିଆଜ-୨ଟା, ତେଜପତ୍ର -୫ଟି, ଶୁଖଲା ଲଙ୍କା-୫ଟି, ଜିରା-୩ ଚାମୁଚ, ଆବଶ୍ୟକ ଅନୁସାରେ ତେଲ, ଲୁଣ, ହଳଦି ଓ ପାଣି ନେବେ ।

ପ୍ରସ୍ତୁତି – ଦୁଇଦିନ ପୂର୍ବରୁ ବୁଟ ଓ ମୁଗକୁ ବତୁରାଇ ଧୋଇ କନାରେ ବାନ୍ଧି ରଖିବେ । ଏଥୁରେ ଗଜା ବାହାରିଲେ ବାହାରେ ରଖିବେ । ନଡ଼ିଆକୁ କୋରି ରଖିବେ ।ଲଙ୍କା ଓ ଜିରାକୁ ଭାଜି ଗୁଣ୍ଡ କରି ଏବଂ ଓଉକୁ ଛଡ଼ାଇ ରଖିବେ । ପ୍ରଥମେ ପରିବା ସବୁ ଧୋଇ ଛୋଟ ଛୋଟ କାଟି ରଖନ୍ତୁ । ଖଡ଼ାରୁ ପତ୍ର ଛିଣ୍ଡାଇ ଖଣ୍ଡ ଖଣ୍ଡ କରି କାଟି ରଖନ୍ତୁ । ଗରମ ତେଲରେ କଟା ପିଆଜକୁ ଭଲ ଭାବରେ ଭାଜି ଦିଅନ୍ତୁ । ପିଆଜ ଭାଜି ହୋଇଗଲେ । ସେଥିରେ ତେଜପତ୍ର ଓ ଫୁଟଣ ପକାଇ । ଭାଜନ୍ତୁ ଫୁଟଣ ଫୁଟିଲେ କଟା ପରିବା, କଟା ଖଡ଼ା, ନଡ଼ିଆ କୋରା ଓ ଗଜା ମୁଗ ପକାଇ ଭଲ ଭାବରେ କଷି ଦିଅନ୍ତୁ । ଏହା ଭଲ ଭାବରେ କଷି ହୋଇଗଲେ ସେଥିରେ ଆବଶ୍ୟକ ପରିମାଣରେ ଲୁଣ ଓ ହଳଦି ଦେଇ କମ ଆଞ୍ଚରେ ବସାନ୍ତୁ । ପରିବା ଭଲ ଭାବରେ ସିଝିଗଲେ ସେଥିରେ ଭଜା ଲଙ୍କା ଓ ଜିରାଗୁଣ୍ଡ ପକାଇ ଓହ୍ଲାଇ ଦିଅନ୍ତୁ । ଏଥର ଘାଣ୍ଟ ତରକାରୀ ପ୍ରସ୍ତୁତ ହୋଇଗଲା ।

Leave a Reply

error: Content is protected !!