ସନ୍ତୁଳା 1
Vegetarian

ସନ୍ତୁଳା

ଉପକରଣ – ଆଳୁ-୨୦୦ ଗ୍ରାମ୍, ବାଇଗଣ-୧୦୦ଗ୍ରାମ୍, ଭେଣ୍ଡି-୫୦ଗ୍ରାମ, କଖାରୁ-୫୦ଗ୍ରାମ, ସଜନାଛୁଇଁ-୧ଟା, ବଡ଼ି-୬ଟି, ପିଆଜ-୨ ଟି, ଅଦା-ଛେଟ ଖଣ୍ଡ, ରସୁଣ-୪ଟା, ଫୁଟଣ-୧ ଚାମୁଚ, ହଳଦିଗୁଣ୍ଡ-ଅଧ ଚାମୁଚ, ତେଲ-୨ ଚାମୁଚ, ଶୁଖୁଲା ଲଙ୍କା-୩ଟି, ଦରକାର ଅନୁସାରେ ଲୁଣ, ତେଲ ଓ ପାଣି ଦେବେ ।

ପ୍ରସ୍ତୁତି – ପ୍ରଥମେ ସବୁତକ ପରିବା ଧୋଇ ଛୋଟ ଛୋଟ କରି କାଟିଦେବେ । ବଡ଼ିକୁ ଭାଜି ଦରଦର ଖଣ୍ଡ କରି ରଖିବେ । ପିଆଜକୁ କାଟି ରଖିବେ । ଅଦା ଓ ଲଙ୍କା ମିଶାଇ ଚିକ୍କଣ କରି ବାଟିଦେବେ । ଗୋଟିଏ ପାତ୍ରରେ ବଟା ମସଲା, ସବୁକଟା ପରିବା, ହଳଦି ଗୁଣ୍ଡ ଓ ଲୁଣ ପକାଇ ସିଝା ହେବ । ଅନ୍ୟ ଏକ ପାତ୍ରରେ ତେଲ ଗରମ କରି ସେଥିରେ ଫୁଟଣ ଫୁଟାଇବେ । ତା’ପରେ ରସୁଣ ଓ କଟା ପିଆଜକୁ ସେଥିରେ ପକାଇ ଭଲ କରି ଭାଜି ଦେବେ । ସବୁ ସିଝା ପରିବା ସେଥିରେ ପକେଇ ଦେବେ ଓ ଭଲକରି ଘାଣ୍ଟି ଦେବେ । ସନ୍ତୁଳା ହୋଇଗଲେ । ଏଥିରେ ବଢ଼ି ଖଣ୍ଡ ପକାଇ ଓହ୍ଲାଇ ଦେବେ , ଏଥର ସନ୍ତୁଳା ପ୍ରସ୍ତୁତ ହୋଇଗଲା ।

Leave a Reply

error: Content is protected !!