Vegetarian

ଛତୁ ଚପ୍

ଉପକରଣ- ଛତୁ-୫୦୦ ଗ୍ରାମ୍, ପିଆଜ-୨ଟି, ରସୁଣ-୧୦ କୋଲା, ଆବଶ୍ୟକ ଅନୁସାରେ ବେସନ, ଜୁଆଣୀ, ଖାଇବା ସୋଢ଼ା, କଳାଜିରା, ଲଙ୍କାଗୁଣ୍ଡ, ହଳଦି ଗୁଣ୍ଡ ଓ ଲୁଣ ନେବେ ।

ପ୍ରସ୍ତୁତି – ପ୍ରଥମେ ଛତୁର ଫୁଲ ଅଂଶକୁ ଭଲ ଭାବରେ ଧୋଇ ପରିଷ୍କାର କରି ଚିପୁଡ଼ି ଦିଅନ୍ତୁ । ପିଆଜ, ରସୁଣ ଓ ଅଦାକୁ ଭଲ କରି ଚିକ୍କଣ ଭାବରେ ବାଟି ଦିଅନ୍ତୁ ।ଛତୁର ଫୁଲ ଆକାର ବଡ଼ ଯେପରି ନ ରୁହେ । ନ ହେଲେ ଛତୁକୁ କାଟି ଛୋଟ ଛୋଟ କରି ଦିଅନ୍ତୁ । ମସଲା ବଟାରେ ଏହାକୁ ଭଲ କରି ଗୋଳାଇ ଫେଣ୍ଟି ଦିଅନ୍ତୁ । ବେସନରେ ଲୁଣ, ଜୁଆଣୀ, କଳାଜିରା, ଖାଇବା ସୋଢ଼ା, ଲଙ୍କାଗୁଣ୍ଡ, କଟା ଧନିଆପତ୍ର, ହଳଦିଗୁଣ୍ଡ ଓ ଆବଶ୍ୟକ ଅନୁସାରେ ପାଣି ଦେଇ ମିଶ୍ରଣ ତିଆରି କରନ୍ତୁ ।। ଛତୁର ମିଶ୍ରଣକୁ ଗୋଲ ଗୋଲ କରି ଏହିବେସନରେ ବୁଡ଼ାଇ ଗରମ ତେଲରେ ଛାଣନ୍ତୁ । ବର୍ଭମାନ ଛତୁ ଚପ୍ ପ୍ରସ୍ତୁତ ହୋଇଗଲା ।

Leave a Reply

error: Content is protected !!