Vegetarian

ବନ୍ଧାକୋବି ବରା

ଉପକରଣ
ବନ୍ଧାକୋବି-୫୦୦ ଗ୍ରାମ୍,
କଞ୍ଚାଲଙ୍କା-୩ଟି,
ପିଆଜ-୩ଟି,
କଳାଜିରା-୪ଚାମୁଚ,
ଦରକାର ଅନୁସାରେ ଲୁଣ ଓ ତେଲ ନିଅନ୍ତୁ ।

ପ୍ରସ୍ତୁତି – ପ୍ରଥମେ ବନ୍ଧାକୋବିକୁ ଟିକି ଟିକି କରି କାଟି ଭଲ ଭାବରେ ଧୋଇ ଦିଅନ୍ତୁ । ତା’ପରେ ଏଥିରୁ ପାଣି ନିଗାଡ଼ି ଦିଅନ୍ତୁ । ବଟା ବିରିରେ କଟା ବନ୍ଧାକୋବି, କଟା କଞ୍ଚାଲଙ୍କା, କଟା ପିଆଜ, କଳାଜିରା ଓ ଲୁଣ ମିଶାଇ ଭଲ କରି ଫେଣ୍ଟି ଗୋଳେଇ ଦିଅନ୍ତୁ । ଗରମ ତେଲରେ ଏହାକୁ ବରାଭଳି ତିଆରି କରନ୍ତୁ । ଏଥର ବନ୍ଧାକୋବି, ବରା ପ୍ରସ୍ତୁତ ହୋଇଗଲା । (ବିରି ବଦଳରେ ଚୁଟ ଡ଼ାଲି ନେଇ ପାରିବେ)

error: Content is protected !!