Vegetarian

ପନିର କ୍ୟାପସିକମ୍

ଉପକରଣ-ପନିର- ୨୦୦ ଗ୍ରାମ୍, କ୍ୟାପ୍ସିକମ-୧୦୦ ଗ୍ରାମ, ବିଲାତି ବାଇଗଣ୨ଟା, ପିଆଜ-୫ଟା, ତେଲ-୧୦୦ଗ୍ରାମ, ଧନିଆ ଗୁଣ୍ଡ-୨ ଚାମୁଚ, ଜିରା ଗୁଣ୍ଡ୨ ଚାମୁଚ, ଲଙ୍କାଗୁଣ୍ଡ-୧ ଚାମୁଚ, ହଳଦିଗୁଣ୍ଡ-୧ ଚାମୁଚ, ବିଲାତି ବାଇଗଣ ସସ୨ ଚାମୁଚ, ସୋୟାବିନ ସସ୍-୨ ଚାମୁଚ, ଚିଲି ସସ୍-୨ ଚାମୁଚ, ଚାଇନା ସଲ୍-୧ଚାମୁଚ, ଆମଚୁର ପାଉଡ଼ର-୧ ଚାମୁଚ, ଗରମ ମସଲା-୨ ଚାମୁଚ, ଦରକାର ଅନୁସାରେ ଲୁଣ, କନଫେର ପାଉଡ଼ର, ରସୁଣ, ଅଦା ଓ ପାଣି ନେବେ ।

ପ୍ରସ୍ତୁତି-ପ୍ରଥମେ ପନିରରେ କନଫେର ପାଉଡ଼ରକୁ ଅଳ୍ପ ପାଣି ସହିତ ମିଶାନ୍ତୁ । ଗରମ ତେଲରେ ଏହାକୁ ଛୋଟ ଛୋଟ କରି ଛାଣି ରଖନ୍ତୁ । ଗରମ ତେଲରେ କଟା ପିଆଜକୁ ଲାଲ ହେବା ପର୍ଯ୍ୟନ୍ତ ଭାଜନ୍ତୁ । ଏହା ଭାଜି ହୋଇ ଗଲେ ସେଥିରେ ବଟା ଅଦା ଓ ରସୁଣ ପକାଇ ଭାଜନ୍ତୁ । କ୍ୟାପସିକମ ଓ ବିଲାତି ବାଇଗଣକୁ କାଟି ସେଥିରେ ପକାଇ ଭାଜନ୍ତୁ । କ୍ୟାପସିକମ୍ ସିଝିଗଲେ ଛଣା ପନିରକୁ ସେଥିରେ ପକାନ୍ତୁ । ତା’ପରେ ସେଥିରେ ହଳଦିଗୁଣ୍ଡ, ଲଙ୍କାଗୁଣ୍ଡ, ଜିରାଗୁଣ୍ଡ, ଧନିଆ ଗୁଣ୍ଡ, ଲୁଣ, ବିଲାତି ବାଇଗଣ ସସ୍, ଚିଲି ସସ୍, ସୋୟାବିନ୍ ସସ୍, ଚାଇନା ଲୁଣ, ଆମଚର ପାଉଡ଼ର, ଗରମ ମସଲା, ଆବଶ୍ୟକ ଅନୁସାରେ ପାଣି ଓ ଲୁଣ ଦିଅନ୍ତୁ । ତରକାରୀ ଭଲ କରି ଫୁଟି ତିଆରି ହୋଇଗଲେ ଏହାକୁ ଓହ୍ଲାଇ ଦେବେ । ବର୍ଭମାନ ପନିର କ୍ୟାପସିକମ୍ ପ୍ରସ୍ତୁତ ହୋଇଗଲା ।

Leave a Reply

error: Content is protected !!