Non- Vegetarian

ବେକଡ ଚିଜ ଟିକେନ୍

ଉପକରଣ – ବଡ଼ ବଡ଼ ୧୨ ଖଣ୍ଡ ଚିକେନ୍, ମଇଦା-୧/୨କପ,(ଚଲା ହୋଇଥିବା), ଲୁଣ-୨ ଚାମୁଚ, ଗୋଲମରିଚ ଗୁଣ୍ଡ-ଏକ ଚାମୁଚ, ଅଣ୍ଡା-୪ଟା (ଫେଣ୍ଟା ହୋଇଥିବା), ଚିଜ୍ (କୋରା)-୧ କପ ଓ ଘିଅ-୮ଚାମୁଚ ନେବେ ।

ପ୍ରସ୍ତୁତି – ଚିକେନ୍ ଖଣ୍ଡ ଗୁଡ଼ିକୁ ଭଲ କରି ଧୋଇ ଘିଅରେ ଗୋଳାଇ ରଖନ୍ତୁ । ମଇଦା, ଚିଜ, ଗୋଲମରିଚ ଗୁଣ୍ଡ ଓ ଲୁଣକୁ ମିଶାନ୍ତୁ । ଅନ୍ୟ ଏକ ପାତ୍ରରେ ଅଣ୍ଡାକୁ ଫେଣ୍ଟି ରଖନ୍ତୁ ।ବର୍ତ୍ତମାନ ଚିକେନ୍‌ର ପ୍ରତ୍ୟେକ ଖଣ୍ଡକୁ ପ୍ରଥମେ ଅଣ୍ଡାରେ ବୁଡ଼ାନ୍ତୁ । ତା’ପରେ ଚିଜ୍ ମିଶ୍ରଣରେ ଚୁଡ଼ାଇ ଗରମ ତେଲରେ ଭାଜି ଦିଅନ୍ତୁ । ଏହାକୁ ସସ୍ ସହିତ ମିଶାଇ ଦିଅନ୍ତୁ ।
ସସ୍ ପାଇଁ ସାମଗ୍ରୀ – ମଇଦା ୧/୨କପ, ଚିକେନ ଷ୍ଟକ୍-୧ କପ, କ୍ରିମ-୧ କପ, ସ୍ବାଦ ଅନୁସାରେ ଗୋଲମରିଚ ଗୁଣ୍ଡ ଓ ଲୁଣ ନେବେ ।

ସସ୍‌ର ପ୍ରସ୍ତୁତି – ଏକ ପାତ୍ରରେ ଅଳ୍ପ ଘିଅ ଗରମ କରି ସେଥିରେ ମଇଦା ପକାନ୍ତୁ । ତା’ପରେ ଚିକେନ୍ ଷ୍ଟକ ଓ କ୍ରିମ୍ ପକାଇ ଏହାକୁ ଘାଣ୍ଟନ୍ତୁ । ଏହା ଫୁଟି ଆସିଲେ କମ ଆଞ୍ଚରେ ୧୦ ମିନିଟ୍ ରାନ୍ଧନ୍ତୁ । ଏହାକୁ ବରାବର ଘାଣ୍ଟିବାକୁ ଭୁଲିବେ ନାହିଁ । ଏଥିରେ ଗୋଲମରିଚ ଗୁଣ୍ଡ, ଲୁଣ ଓ ସାଲାଡ ପତ୍ରକୁ ପକାଇ ଚୁଲିରୁ ଓହ୍ଲାଇ ଦିଅନ୍ତୁ । ବେକଡ ଚିକେନ ଖଣ୍ଡ ସହିତ ସସ୍ ସେଇ ଖାଆନ୍ତୁ ଓ ଖୁଆନ୍ତୁ ।

Leave a Reply

error: Content is protected !!