Non- Vegetarian

ବଟର ଚିଙ୍ଗୁଡ଼ି

ଉପକରଣ – ବଡ଼ ଚିଙ୍ଗୁଡ଼ି-୫୦୦ ଗ୍ରାମ, ବଟର-୫୦ ଗ୍ରାମ, ୨ଟି-ପିଆଜ କଟା ହେବ, ଗୁଜୁରାତି-୫ ଗ୍ରାମ୍, ଦହି-ଅଧ କପ, ତେଲ-ଅଧ କପା, କାଜୁ ବଟା-ଅଧକପ, ଦରକାର ଅନୁସାରେ ଲବଙ୍ଗ, ଡ଼ାଲଚିନି, ବଟା ଅଦା, ବଟା, ରସୁଣ-୧ ଚାମୁଚ, ହଳଦି, ଲୁଣ ଓ କ୍ରିମ୍୧କପ ନେବ ।

ପ୍ରସ୍ତୁତି – ପ୍ରଥମେ ଚିଙ୍ଗୁଡ଼ିକୁ ଧୋଇ ସେଥିରୁ ଗୁଣ୍ଡ ଓ ଚୋପା ଛଡ଼ାଇ ଦିଅନ୍ତୁ । ଏହାପରେ ଗରମ ତେଲରେ ଚିଙ୍ଗୁଡ଼ିକୁ ଭାଜି ଅଲଗା ରଖନ୍ତୁ । ଗୋଟିଏ ପାତ୍ରରେ ବଟା ଅଦା, ବଟା ରସୁଣ ଓ କାଜୁ ବାଦାମ ବଟାକୁ ଭଲ କରି ଗୋଳାଇ ଏକତ୍ର କରି ରଖନ୍ତୁ । ଗରମ କରେଇରେ ବଟର ଗରମ କରି ସେଥିରେ ଗୋଟା ମସଲାକୁ ଅଳ୍ପ ଛେଚି ପକାନ୍ତୁ । ଏହା ପ୍ରସ୍ତୁତ ହେଲେ ସେଥିରେ ପିଆଜ କଟା ଓ ହଳଦି ପକାଇ ଭଲ କରି ଭାଜି ଦିଅନ୍ତୁ । ଏହା ପରେ ଦହି, ଅଦା, ରସୁଣ ଓ କାଜୁ ମିଶା ମସଲାକୁ ଏଥିରେ ପକାଇ ଭାଜନ୍ତୁ । ତା’ପରେ ସେଥିରେ ଚିଙ୍ଗୁଡ଼ି ଭଜା ପକାନ୍ତୁ । ଆବଶ୍ୟକ ପରିମାଣରେ ଲୁଣ ମିଶାଇ ଭଲ କରି କଷନ୍ତୁ । ଏଥିରେ ଏକ କପ ପାଣି ମିଶାଇ କିଛି ସମୟ ଘୋଡ଼େଇ ରଖନ୍ତୁ । ତରକାରୀ ପ୍ରସ୍ତୁତ ହୋଇଗଲେ ଏହାକୁ ତଳକୁ ଓହ୍ଲାଇ ସେଥିରେ କ୍ରିମକୁ ଗରମ କରି ପକାଇ ଭଲ କରି ଗୋଳେଇ ଦିଅନ୍ତୁ । ଏଥର ବଟର ଚିଙ୍ଗୁଡ଼ି ତରକାରୀ ପ୍ରସ୍ତୁତ ହୋଇଗଲା ।

Leave a Reply

error: Content is protected !!