Non- Vegetarian

କ୍ରାଞ୍ଚୁ ଚିକେନ୍

ପ୍ରସ୍ତୁତି- ୮୦୦ ଗ୍ରାମ୍ ଚିକେନ୍‌କୁ ଲମ୍ବା ଲମ୍ବା କରି ୩୨ ଖଣ୍ଡ କରିବେ । ଏହା ଉପରେ ଗୋଟିଏ ଲେମ୍ବୁର ରସ ଚିପୁଡ଼ି ଦେବେ । ଧଳା ଗୋଲମରିଚ ୫ ଗ୍ରାମ୍ ଓ ସାମାନ୍ୟ ଲୁଣ ମିଶାଇ ତା’ ଉପରେ ଦେବେ । ମଇଦା ୨୫ ଗ୍ରାମ୍, କର୍ଣ୍ଣଫେର ୫୦ ଗ୍ରାମ୍, ଅଧ କପ ପାଣିରେ ଫେଣ୍ଟି ଚିକେନରେ ପକାଇ ଭଲ କରି ଗୋଳାଇ ଦେବେ । ପ୍ରତ୍ୟେକ ଚିକେନ ଖଣ୍ଡକୁ ଆଣି ୨୫୦ ଗ୍ରାମ୍ ପାଉଁରୁଟି ଗୁଣ୍ଡରେ ଗୋଳାଇବେ । ୫୦୦ ଗ୍ରାମ ଗରମ ତେଲରେ ଏହାକୁ ଲାଲ ଲାଲ କରି ଛାଣି ଅଲଗା ରଖିବେ । ୧୫୦ ଗ୍ରାମ୍ ଗରମ ତେଲରେ ୧୦ ଗ୍ରାମ୍ ଶୁଖିଲା ଲଙ୍କା ଭଲକରି ଭାଜି ଦେବେ । ଛେଚା ରସୁଣ ୨୫୦ ଗ୍ରାମ୍ ଓ କିଛି ଭୂଷଙ୍ଗା ପତ୍ର ସେଥିରେ ପକାଇ ଭାଜିବେ । ଏଥିରେ ୧କପ ଷ୍ଟକ ପାଣି (ଚିକେନ୍ ହାଡ଼ ଓ ଚର୍ବିର ଫୁଟା ପାଣି) ଦେବେ । ବିଲାତି ବାଇଗଣ ସସ୍ ୪୦ ଗ୍ରାମ, ଚିଲି ସସ୍ ୧୫ ଗ୍ରାମ୍, ଅଜିନା ମାଟୋ ୬ ଗ୍ରାମ, ଧଳା ଗୋଲମରିଚ ଗୁଣ୍ଡ ୫ଗ୍ରାମ, ଚାଟ ମସଲା ୫ଗ୍ରାମ, ଚିନି ୧୦ ଗ୍ରାମ୍ ଓ ଆବଶ୍ୟକ ପରିମାଣରେ ପାଣି ସେଥିରେ ପକାଇବେ । ୫ ମିନିଟ୍ ଘାଣ୍ଟିଲା ପରେ ମସଲା ଗାଢ଼ ହୋଇ ଆସିଲେ ଛଣା ଚିକେନ ସେଥିରେ ପକାଇବେ । ୫ ମିନିଟ୍ ପରେ ଏହାକୁ କାଢ଼ିବେ । ଏଥର କ୍ରାଞ୍ଚୁ ଚିକେନ୍ ପ୍ରସ୍ତୁତ ହୋଇଗଲା ।

Leave a Reply

error: Content is protected !!