Non- Vegetarian

କୋକନଟ ଗ୍ରେଭୀରେ ଚିକେନ୍

ଉପକରଣ – ଚିକେନ୍-୨କିଲୋ, କୋରା ନଡ଼ିଆ-୪କପ, ଅଦା-୨ ଇଞ୍ଚ ଖଣ୍ଡେ, ସୋରିଷ-୧/୨ କୋଲା, ଶୁଖିଲା ଲଙ୍କା-୮ଟି, ଧନିଆ-୮ଟି ଛୋଟ ଚାମୁଚ, ଜିରା-୧ ଚାମୁଚ, ଗୋଲମରିଚ-୧୦ଟା, ଲବଂଗ-୪ଟା, ହଳଦି ଗୁଣ୍ଡ-୧ଟି, ତେନ୍ତୁଳି ରସ-୪ଚାମୁଚ ଓ ଆବଶ୍ୟକ ଅନୁସାରେ ଲୁଣ ଏବଂ ପାଣି ନେବେ ।

ପ୍ରସ୍ତୁତି – ୨ କପ ନଡ଼ିଆ କୋରାରୁ ଗ୍ରାଇଣ୍ଡି ମାଧମରେ ରସ ବାହାର କରି ଅଲଗା ରଖନ୍ତୁ । ଅଦା ଓ ରସୁଣକୁ ଛୋଟ ଛୋଟ କାଟି ରଖନ୍ତୁ । ବାକି ୨କପ ନଡ଼ିଆ କୋରାକୁ ଭାଜି ଅଲଗା ରଖନ୍ତୁ । ଗରମ ତେଲ କରେଇରେ ଶୁଖିଲା ଲଙ୍କା, ଧନିଆ, ସୋରିଷ, ମେଥି, ଡ଼ାଲଚିନି, ଜିରା, ଗୋଲ ମରିଚ, ଲବଂଗ ଓ ହଳଦି ଗୁଣ୍ଡ ପକାଇ ଭଲ କରି ଭାଜି ଅଲଗା ରଖନ୍ତୁ । ଅଦା, ରସୁଣ, ଭଜା ନଡ଼ିଆ କୋରା, ତେନ୍ତୁଳି ଓ ପିଆଜକୁ ଅଧେ ନଡ଼ିଆ ରସ ସହିତ ମିଶାଇ ବାଟି ଦିଅନ୍ତୁ । ଗରମ ତେଲରେ କଟା ପିଆଜ ପକାଇ ଭଲ କରି ଭାଜନ୍ତୁ । ପିଆଜ ନାଲି ହୋଇ ଆସିଲେ ମସଲା ବଟାକୁ ପକାଇ ଆଉ କିଛି ସମୟ ଭାଜନ୍ତୁ । ମସଲା ଭଲ କରି କଷି ହୋଇ ଗଲେ ସେଥିରେ ଚିକେନ୍‌କୁ ପକାଇ ୨୦ ମିନିଟ୍ କଷନ୍ତୁ । ଏହା କଷି ହୋଇ ଗଲେ ସେଥିରେ ଲୁଣ ଓ ବାକି ରହିଥିବା ଅଧେ ନଡ଼ିଆ ରସ ପକାନ୍ତୁ । ଏହାର ୫ମିନିଟ୍ ପରେ ୨କପ ପାଣି ଦେଇ ଚିକେନକୁ ସିଝାନ୍ତୁ । ଚିକେନ୍ ପ୍ରସ୍ତୁତ ହୋଇଗଲେ ଏହାକୁ ତଳକୁ ଓହ୍ଲାଇ ଦିଅନ୍ତୁ । ଏଥର କୋକନଟ୍ ଗ୍ରେଭୀରେ ଚିକେନ୍ ପ୍ରସ୍ତୁତ ହୋଇଗଲା ।

Leave a Reply

error: Content is protected !!