Non- Vegetarian

ଅଣ୍ଡା ରୋଲ୍

ଉପକରଣ – ମଇଦା-୨୫୦ ଗ୍ରାମ, ଅଣ୍ଡା-୧୦ଟା, ପିଆଜ-୨୦୦ ଗ୍ରାମ, ଗାଜର – ୨ଟା, ବନ୍ଧା କୋବି-୧୦୦ ଗ୍ରାମ, ତେଲ-୧ କପ, ଗୋଳମରିଚ ଗୁଣ୍ଡ-୧ ଚାମୁଚ, କଳା ଲୁଣ-୧ଚାମୁଚ, ବିଲାତି ବାଇଗଣ ସସ୍-୧୦୦ଗ୍ରାମ, ଚିଲି ସସ୍-୫୦ଗ୍ରାମ ଓ ଆବଶ୍ୟକ ଅନୁସାରେ ଲୁଣ ନେବେ ।

ପ୍ରସ୍ତୁତି – ପ୍ରଥମେ ଗାଜର, ପିଆଜ ଓ ବନ୍ଧା କୋବିକୁ ସରୁ ସରୁ ଲମ୍ବା ଲମ୍ବା କାଟି ଦେବେ । ଗରମ ତେଲରେ ଏହାକୁ ଟିକେ ଭାଜି ଦେବେ । ମଇଦାରେ ଲୁଣ ଓ ଅଳ୍ପ, ତେଲପକାଇ ଖାସ୍ତା କରି ଚକଟିବେ । ଏଥିରେ ଆବଶ୍ୟକ ପରିମାଣରେ ପାଣି ଦେଇ ରୁଟି ଚକଟିଲା ପରି ଭଲ କରି ଚକଟି ରଖିବେ । ଏହାକୁ ରୁଟି ଗୋଳା ଭଳି ୧୦ଟି ଗୋଳା କରି ଦିଅନ୍ତୁ । ରୁଟି ବେଲିବା ପରି ଏହାକୁ ସେହି ପରି ବେଲି ଦିଅନ୍ତୁ । ତାୱାରେ ଅଳ୍ପ ତେଲ ପକାଇ ଏହି ମଇଦା ରୁଟିକୁ ପକାନ୍ତୁ । ରୁଟି ଟିକେ ସେକି ହୋଇଗଲେ ଅଣ୍ଡାକୁ ଭାଙ୍ଗି ଏଥିରେ ପକାଇ ସଂଗେ ସଂଗେ ତଳ ଉପର କରି ଭାଜି ଦେବେ । ନହେଲେ ଅଣ୍ଡା ଫେଣ୍ଟା ରୁଟିର ଦୁଇପଟେ ଲାଗିବ ନାହିଁ । ଅଣ୍ଡା ରୋଲ ତିଆରି ହୋଇଗଲେ ଏଥିରେ କଳାଲୁଣ, ଗୋଲମରିଚ ଗୁଣ୍ଡ, ବିଲାତି ବାଇଗଣ ସସ୍, ଚିଲି ସସ୍, ଭଜା ଗାଜର, ଭଜା ପିଆଜ ଓ ବନ୍ଧାକୋବି ଭଜା ପକାଇ ରୋଲ ଭଳି ଗୁଡ଼ାଇ ଦିଅନ୍ତୁ । ଏହାକୁ କାଗଜରେ ଗୁଡ଼ାଇ ପରିବେଷଣ କରନ୍ତୁ ।

Leave a Reply

error: Content is protected !!