Non-Vegetarian Other Regional Foods

ଶାହୀ କବାବ

ଉପକରଣ – ମାଂସ କିମା-୧ କିଲୋ, ଚୁଟ ଡ଼ାଲି-୨୦୦ ଗ୍ରାମ, ପିଆଜ-୨୦୦ ଗ୍ରାମ, କଟା କଞ୍ଚା ଲଙ୍କା-୧୦ଟା, କଟା ହୋଇଥୁବା ଅଦା-ଅଜ, କଟା ରସୁଣ-୨୦ କୋଲା, କର୍ଣ୍ଣଫେର୪ଟା ବଡ଼ ଚାମୁଚ, ଲବଙ୍ଗ-୮ଟା, ଡ଼ାଲଚିନି ଖଣ୍ଡେ, ଛୋଟ ଅଳେଇଚ-୮ଟା, ଅଣ୍ଡା-୪ଟା, ତେଲ-୪୦୦ ମି.ଲି. ଓ ସ୍ବାଦ ଅନୁସାରେ ଲୁଣ ନେବେ ।
ପ୍ରିସ୍ତୁତି – ପ୍ରଥମେ ମାଂସର କିମାକୁ ଭଲ ରୂପେ ଧୋଇ ଦେବେ । ଗୋଟିଏ ପାତ୍ରରେ କିମା, ବୁଟ ଡ଼ାଲି, ଅଦା, ରସୁଣ, ଲବଙ୍ଗ, ଡ଼ାଲଚିନି ଓ ଅଳେଇଚ ପକାଇ ଅଳ୍ପ ପାଣି ଦେଇ ସିଝାନ୍ତୁ । କିମା ସିଝିଗଲେ ପାଣିରୁ ଛାଣି ଥଣ୍ଡା କରନ୍ତୁ । ଥଣ୍ଡା ହୋଇଗଲେ କିମାକୁ ଚକଟି ଦିଅନ୍ତୁ । ସେଥିରେ ଅଣ୍ଡା, ପିଆଜ, କୁଞ୍ଚାଲଙ୍କା, ଲୁଣ ଓ କର୍ଣ୍ଣଫେର ପକାଇ ଭଲ ରୂପେ ମିଶାଇ ଦିଅନ୍ତୁ । ଗରମ ତେଲରେ କିମା ମିଶ୍ରଣକୁ ଛୋଟ ଛୋଟ ଗୋଳା ସହିତ ଅଳ୍ପ ଚେପଟା କରି ଭାଜି ଦିଅନ୍ତୁ । ବର୍ତମାନ ତିଆରି ହୋଇଥିବା କବାବକୁ ସସ୍ ସହିତ ପରିବେଷଣ କରନ୍ତୁ

Leave a Reply

error: Content is protected !!