Vegetarian

ପଣସ ପୋସ୍ତ ତରକାରୀ

ଉପକରଣ- ପଣସ-୧ କିଲୋ, ଆଲୁ-୫୦୦ ଗ୍ରାମ, ବିଲାତି -୨ ଟି, ପିଆଜ-୫ଟି, ରସୁଣ-୨୦ କୋଲା, ଜିରା ଗୁଣ୍ଡ-୧ ଚାମୁଚ, ବଟା ପୋସ୍ତ-୮ ଚାମୁଚ, ହଳଦିଗୁଣ୍ଡ -୧ ଚାମୁଚ, ଦରକାର ଅନୁସାରେ ଲଙ୍କାଗୁଣ୍ଡ, ଲୁଣ ଓ ତେଲ ନେବେ ।

ପ୍ରସ୍ତୁତି –ପ୍ରଥମେ ପଣସରୁ ଚୋପା ଛଡ଼ାଇ ଛୋଟ ଛୋଟ କାଟି ରଖନ୍ତୁ । ଆଳୁକୁ ମଧ୍ୟ କାଟି ଦିଅନ୍ତୁ । କଟା ପଣସ ଏବଂ କଟା ଆଳୁକୁ ଭଲ ରୂପେ ଧୋଇ ଦିଅନ୍ତୁ । କଟା ପଣସ ଓ କଟା ଆଳୁରେ ଲୁଣ ଓ ହଳଦି ମିଶାଇ ସିଝାଇ ଦିଅନ୍ତୁ । ପିଆଜ ୪ଟି, ରସୁଣ, ଅଦା ଓ ଲଙ୍କାଗୁଣ୍ଡ ପକାଇ ବାଟି ଦିଅନ୍ତୁ । ଗରମ ତେଲରେ ପିଆଜ, ଗୋଟିଏ କାଟି ସେଥିରେ ପକାଇ ଭାଜନ୍ତୁ । ଏହା ଲାଲ ଦିଶିଲେ ସେଥିରେ ବଟା ପିଆଜ, ରସୁଣ ଓ ଅଦା ପକାଇ ଭଲ କରି କଷନ୍ତୁ । ମସଲାରୁ ପାଣି ମରି ଆସିବା ବେଳକୁ ସେଥିରେ ଜିରା ଗୁଣ୍ଡ ପକାନ୍ତୁ । ମସଲା ଭଲ ଭାବରେ କଷି ହୋଇଗଲେ ବିଲାତି ବାଇଗଣ କାଟି ସେଥିରେ ପକାନ୍ତୁ । ପୁଣି କିଛି ସମୟ ପରେ ଭାଜି ସିଝା, ପଣସ ଓ ସିଝା ଆଳୁକୁ ଛାଣି ସେଥିରେ ପକାନ୍ତୁ । ଏହାକୁ ଭଲ କରି କଷି ଦେଇ ବଟା ପୋସ୍ତ ପକାଇ ଦିଅନ୍ତୁ । ତା’ପରେ ଏହାକୁ ଭଲ କରି କଷି ଆଳୁ ଓ ପଣସ ସିଝା ପାଣିକୁ ସେଥିରେ ପକେଇ ଦିଅନ୍ତୁ । ଅଳ୍ପ ଆଞ୍ଚରେ ଏହାକୁ ଫୁଟାଇ ଓହ୍ଲାଇ ଦିଅନ୍ତୁ । ଏଥର ପଣସ ପୋସ୍ତ ତରକାରୀ ପ୍ରସ୍ତୁତ ହୋଇଗଲା ।

Leave a Reply

error: Content is protected !!