ଶୋଲା ନଡିଆ ପାଗ 1
streetfoods

ଶୋଲା ନଡିଆ ପାଗ

ଶୋଲା ନଡିଆ ପାଗ, ବରଷା ପାଗକୁ ଖୁବ ବଢିଆ । ମୁଁ କହେ ସବୁ ସମୟରେ ଏଇ ପାଗ ଖୁବ ବଢିଆ ।  ବରଷକ ଛଅ ୠତୁ କାହିଁ କିନ୍ତୁ ଅନୁଭବ ହୁଏ କେବଳ ଚାରି ୠତୁ । ଶୋଲାକୁ ଓଡିଶାରେ ବିଭିନ୍ନ ପ୍ରାନ୍ତରେ ଚଣା ଓ ମୁନିଆ ବୁଟ ରୁପେ ଜଣାଯାଏ ।  ସିଝା ଶୋଲା ପିତ୍ତ ତଥା କଫ ସମସ୍ଯା ଦୂର କରିଥାଏ କିନ୍ତୁ ଗଜା ଶୋଲା କୋମଳ, ଭୋକ ବଢାଇବା, ବୀର୍ଯବର୍ଦ୍ଧକ, ଶକ୍ତି ବର୍ଦ୍ଧକ ଏବଂ ରକ୍ତ ସଫା କରିଥାଏ। ଏହି ଶୋଲାରେ ପ୍ରଚୁର ମାତ୍ରାରେ ପ୍ରୋଟିନ ରହିଥାଏ ।

ଶୋଲା ନଡିଆ ପାଗ 2
ଶୋଲା ନଡିଆ ପାଗ

କିଛି ଶୋଲା ସିଜା, ଫାଳ ଫାଳ ନଡିଆ, ସରୁସରୁ କଟା ପିଆଜ,ଶୋରିଷ ତେଲ, କମଳା ଲେମ୍ବ, ତେନ୍ତୁଳି ପାଣି ଏବଂ କିଛି ବାରମଜା, ଗିଲାସରେ ଭଲକି ଗୋଳାଇ ଖଲି ପତ୍ରରେ ଢାଳି ଘରେ ପ୍ରସ୍ତୁତ କର ।

error: Content is protected !!