ସଜନା ଶାଗ
Vegetarian

ସଜନା ଶାଗ

ଉପକରଣ- ସଜନା ଶାଗ-୨, ବିଡ଼ା, ଭଜାମୁଗ ଡାଲି-୫୦ ଗ୍ରାମ, ଫାଳେ ନଡ଼ିଆ କୋରା, କଟା କଖାରୁ କିଛି ,ଫୁଟଣ-୧ ଛୋଟ ଚାମୁଚ, ଶୁଖିଲା ଲଙ୍କା-୨ଟା, ରସୁଣ-୧୦ଟା, ଆବଶ୍ୟକ ପରିମାଣରେ ଲୁଣ ଓ ହଳଦି ନେବେ ।

ପ୍ରସ୍ତୁତି-ପ୍ରଥମେ ମୁଗ ଡାଲିକୁ ଭାଜିଦିଅନ୍ତୁ । ସଜନା ଶାଗକୁ ବାଛି ଧୋଇ ପାଣି ଛାଣି ରଖନ୍ତୁ । ମୁଗ ଡାଲିରେ ସହିତ କଟା କଖାରୁ କିଛି ପକାଇ ଲୁଣ ଓ ହଳଦି ପକାଇ ସିଝାଇ ଦିଅନ୍ତୁ । ମୁଗ ଡାଲି ସିଝିଗଲେ ସେଥିରେ ଶାଗ ପକାନ୍ତୁ । ଶାଗ ଅଳ୍ପ ସିଝିଗଲେ ସେଥିରେ ନଡ଼ିଆ କୋରା ପକାନ୍ତୁ । ଡାଲି ଓ ଶାଗ ପୁରା ସିଝିଗଲେ ତଳକୁ ଓହ୍ଲାଇ ଦିଅନ୍ତୁ । ଗରମ ତେଲରେ ଫୁଟଣ ଓ ଲଙ୍କା ପକାଇ ଭାଜନ୍ତୁ । ଫୁଟଣ ଫୁଟିଗଲେ ରସୁଣ ଛେଚିକି ପକାନ୍ତୁ । ରସୁଣ ଲାଲ ହୋଇଗଲେ ସେଥିରେ ଡାଲି ଓ ଶାଗକୁ ପକାଇ ଭଲ କରି ଖଡ଼କି ଦିଅନ୍ତୁ । ଶାଗ ହୋଇଗଲେ ତଳକୁ ଓହ୍ଲାଇ ଦିଅନ୍ତୁ । ଏଥର ସଜନା ଶାଗ ପ୍ରସ୍ତୁତ ହୋଇଗଲା ।

Leave a Reply

error: Content is protected !!